fbpx

ଜାଣିଶୁଣି ଲୋକଙ୍କୁ କରୋନା ସଂକ୍ରମିତ କରାଇଥିଲା ଏହି ଯୁବକ, କୋର୍ଟ ଶୁଣାଇଲେ ଏପରି କଡ଼ା ସଜ୍ଜା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ସାରା ଦୁନିଆରେ ଭୟର ବାତାବରଣ ଜାରି ରହିଥିବା ବେଳେ ଟିକାକରଣ ଅଭିଯାନକୁ ଜୋରଦାର୍ କରାଯାଉଛି । ପ୍ରଥମ ଓ ଦ୍ୱିତୀୟ ପରେ ଏବେ ଲୋକଙ୍କ ମଧ୍ୟରେ ତୃତୀୟ ଲହରକୁ ନେଇ ଆଶଙ୍କା ଦେଖାଦେଇଛି । ତେଣୁ ବିଭିନ୍ନ ରାଜ୍ୟର ସରକାର ବାରମ୍ବାର ନିୟମ ମାନି ଚଳିବାକୁ ଅପିଲ୍ କରୁଛନ୍ତି । ହେଲେ କିଛି ଅମାନିଆଙ୍କ ପାଇଁ କୋଭିଡ୍ ସଂକ୍ରମଣ ବଢ଼ୁଛି । ତେବେ ଇତି ମଧ୍ୟରେ ଭିଏତନାମରୁ ଏକ ଏପରି ମାମଲା ସାମନାକୁ ଆସିଛି ଯାହା ଶୁଣିଲେ ଆପଣ ମାନେ ତାଜୁବ୍ ହୋଇଯିବେ । ଏଠାରେ ଜଣେ ବ୍ୟକ୍ତି ଜାଣିଶୁଣି କୋଭିଡ୍ ସଂକ୍ରମଣ ନିୟମକୁ ଭାଙ୍ଗିଥିଲା ଓ ଅନ୍ୟ ଲୋକମାନଙ୍କୁ କୋଭିଡ୍ ସଂକ୍ରମିତ କରାଇଥିଲା । ନିଜେ କୋଭିଡ୍ ସଂକ୍ରମିତ ବୋଲି ଜାଣିମଧ୍ୟ ଏପରି କରିଥିଲା ।

ରିପୋର୍ଟ ମୁତାବକ, ୱାନ୍ ଟ୍ରାଇ ନାମକ ଜଣେ ଯୁବକ କରୋନା ସଂକ୍ରମିତ ହୋଇଥିଲା । ଏହି ବ୍ୟକ୍ତି ଜଣକ ଜାଣିଶୁଣି କରୋନା ନିୟମ ଭାଙ୍ଗିବା ସହିତ ଅନ୍ୟ ଲୋକମାନଙ୍କୁ କୋଭିଡ୍ ଦ୍ୱାରା ସଂକ୍ରମିତ କରାଇଥିଲା । ପୋଲିସ୍ ଏହାକୁ ସୋମବାର ଦିନ ଧରିଛି ଏବଂ ୫ୁ ବର୍ଷ ପାଇଁ ଜେଲ୍ ସଜ୍ଜା ବି ଦେଇଛି । ଏହି ମାମଲାରେ ଶୁଣାଣି କରି କୋର୍ଟ ଏପରି ସଜ୍ଜା ଦେଇଛି ।

ଏହି ବ୍ୟକ୍ତି ଜଣକ ନିଜ ଘରେ ସଂକ୍ରମିତ ଥାଇ ବି ବିନା ମାସ୍କ ଓ ନିୟମ ନ ମାନି ବୁଲିବାକୁ ଲାଗିଥିଲା । ଯେତେବେଳେ କି ସେ ରହୁଥିବା ସହର ଏକ କୋଭିଡ୍ ହଟସ୍ପଟ୍ ଥିଲା । ଖାଲି ସେତିକି ନୁହେଁ ଅନ୍ୟ ସହରକୁ ଯିବା ନେଇ ବ୍ୟାନ୍ ଲଗାଯାଇଥିବା ବେଳେ ସେ ସଂକ୍ରମିତ ହୋଇ ବି ନିଜର ପିତୃ ସହରକୁ ବୁଲିବାକୁ ଯାଇଥିଲା । ଫଳରେ ଅନ୍ୟ ଲୋକମାନେ ବି ଏହି ବ୍ୟକ୍ତି ଦ୍ୱାରା ସଂକ୍ରମିତ ହୋଇଥିଲେ ।

 

Get real time updates directly on you device, subscribe now.