fbpx

ପତ୍ନୀଙ୍କୁ ଲୁହା ରଡ଼ରେ ପିଟିଲେ, ଝିଅକୁ ତଣ୍ଟି ଚିପି କଲେ ହତ୍ୟା, ନିଜେ ଝୁଲି ପଡ଼ିଲେ ଫାଶୀରେ

ଅମୃତସର, ୨୮ା୨: ପଞ୍ଜାବର ଅମୃତସରରୁ ଏକ ଯନ୍ତ୍ରଣାଦାୟକ ମୃତ୍ୟୁ ଖବର ସାମନାକୁ ଆସିଛି । ଜଣେ ବ୍ୟକ୍ତି ନିଜର ପାରିବାରିକ ସମସ୍ୟାରେ ହତାଶ ହୋଇ ପତ୍ନୀ ଓ ଝିଅଙ୍କୁ ହତ୍ୟା କରି ନିଜେ ସୁଇସାଇଡ୍ କରିଛନ୍ତି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ମେହତା ଚୌକ ଅଞ୍ଚଳରେ ଜଣେ ବ୍ୟକ୍ତି ପତ୍ନୀଙ୍କୁ ଲୁହା ରଡ଼ରେ ଆଘାତ କରି ହତ୍ୟା କରିବା ସହ ନିଜର ୮ ବର୍ଷର ଝିଅକୁ ତଣ୍ଟିଚିପି ହତ୍ୟା କରିଛନ୍ତି । ଏହାପରେ ନିଜକୁ ନିଜେ ଫାଶୀ ଦେଇ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଛନ୍ତି । ପରିବାରରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା କଳହ ଲାଗି ରହୁଥିଲା । ତେଣୁ ଏଥିରେ ବ୍ୟତିବ୍ୟସ୍ତ ହୋଇ ଯୁବକ ଜଣକ ଏହି କାଣ୍ଡ ଘଟାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.