fbpx

ପ୍ଲାଷ୍ଟିକ କୁମ୍ଭୀର ଭାବି ନେଉଥିଲେ ସେଲ୍ଫି, ତା’ପରେ ଘଟିଗଲା ଏମିତି…

ସେଲ୍ଫି ନେବା ପଡ଼ିଲା ମହଙ୍ଗା । ନକଲି କୁମ୍ଭୀର ଭାବି ନେଉଥିଲେ ସେଲ୍ଫି କିନ୍ତୁ ଏଭଳି କିଛି ଅଘଟଣ ହେବାନେଇ ସ୍ୱପ୍ନରେ ଭାବିନଥିବେ । ଫିଲିଫାଇନ୍ସରେ ଏକ ଏଭଳି ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି କୁମ୍ଭୀର ସହ ସେଲ୍ଫି ନେବାକୁ ଯାଇ ହଟହଟା ହୋଇଛନ୍ତି ।

ବ୍ୟକ୍ତି ଜଣକ ନିଜ ଜନ୍ମଦିନରେ ପରିବାର ସହ ଯାଇଥିଲେ ପାର୍କ ବୁଲିବାକୁ ଯାଇଥିବା ସମୟରେ ପାର୍କରେ ଥିବା ଏକ ଗାଡ଼ିଆରେ ଦେଖିଥିଲେ ଗୋଟିଏ କୁମ୍ଭୀର । ଆଉ ବାସ୍ ଏଠାରେ କରି ବସିଲେ ଭୁଲ୍ । କୁମ୍ଭୀର ସହ ସେଲ୍ଫି ନେବାକୁ ଚେଷ୍ଟା କରିଥିଲେ । ତା’ ପରେ ଯାହା ହେଲା କେହି କେବେ ଭାବି ନଥିବେ । ଏହି ଘଟଣା ଫିଲିପାଇନ୍ସର ଅମାୟା ଭ୍ୟୁ ପାର୍କର ବୋଲି ଜଣାପଡ଼ିଛି ।

ପ୍ରକୃତରେ ବ୍ୟକ୍ତି ଜଣକ ଭାବିଥିଲେ ଯେ ଏହା ଏକ ନକଲି କୁମ୍ଭୀର । ତେଣୁ ତା’ ସହ ସେଲ୍ଫି ନେବାକୁ ଚେଷ୍ଟ କରିଥିଲେ କିନ୍ତୁ ଏହି ସମୟରେ ହଠାତ୍ କୁମ୍ଭୀରଟି ତାଙ୍କ ଉପରକୁ ମାଡ଼ିଆସିଥିଲା ଏବଂ ବ୍ୟକ୍ତିଙ୍କ ବାମ ହାତକୁ କାମୁଡ଼ି ଧରିଥିଲା । ଏହା ପରେ ପାଣି ଭିତରକୁ ଟାଣି ନେଇଯିବାକୁ ଚେଷ୍ଟା କରିଥିଲା । ଏହ ଦେଖି ପୂରା ପରିବାର ଚିତ୍କାର କରିବାକୁ ଲାଗିଥିଲେ।

କୌଣସି ମତେ ବ୍ୟକ୍ତି କୁମ୍ଭୀର କବଳରୁ ନିଜକୁ ରକ୍ଷା କରିଥିଲେ ସତ କିନ୍ତୁ ତାଙ୍କ ହାତରୁ ଅନବରତ ରକ୍ତ ସ୍ରାବ ହୋଇଚାଲିଥିଲା । ପରେ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବ୍ୟକ୍ତିଙ୍କ ହାତର ହାଡ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା କୁହାଯାଉଛି । ସେପଟେ ପାର୍କ କର୍ତ୍ତୃପକ୍ଷ କୌଣସି ପ୍ରକାର ଚେତାବନୀ ଦେଇନଥିବାରୁ ସେମାନଙ୍କ ବିରୋଧରେ ପୀଡ଼ିତଙ୍କ ପରିବାର ଏତଲା ଦେବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.