fbpx

୪୫ ଦିନ ପାଇଁ ଅସୁବିଧା କରିପାରେ ମଙ୍ଗଳ ରାହୁ ଅଙ୍ଗାରକ ଯୋଗ, ଏହି ୫ ରାଶି ରୁହନ୍ତୁ ସାବଧାନ

ଗ୍ରହମାନଙ୍କର ସେନାପତି ମଙ୍ଗଳ ୨୭ ଜୁନରେ ମେଷ ରାଶିରେ ଅବସ୍ଥାପିତ ହୋଇଛନ୍ତି । ମଙ୍ଗଳ ଏବେ ପୂରା ଦେଢ଼ ମାସ (୪୫) ଦିନ ଏହି ରାଶିରେ ରହିବେ । ୧୦ ଅଗଷ୍ଟରେ ମଙ୍ଗଳ ବୃଷ ରାଶିକୁ ଗୋଚର କରିବେ । ଯେହେତେୁ ମେଷ ରାଶିରେ ପାପ ଗ୍ରହ ରାହୁ ପ୍ରଥମରୁ ବିରାଜିତ, ଏଥିପାଇଁ ମଙ୍ଗଳଙ୍କ ଆସିବା ପରେ ଅଙ୍ଗାରକ ଯୋଗର ନିର୍ମାଣ ହେଉଛି । ଯାହା ପାଞ୍ଚ ରାଶିର ଜାତକଙ୍କ ପାଇଁ ଅସୁବିଧା କରିପାରେ । ଆସନ୍ତୁ ଜାଣିବା ଏହ ଅଙ୍ଗାରକ ଯୋଗ ୧୦ ଅଗଷ୍ଟ ପର୍ଯ୍ୟନ୍ତ କେଉଁ ରାଶିଙ୍କ ଅସୁବିଧା କରିପାରେ ।

ବୃଷ: ବୃଷ ରାଶି ଜାତକଙ୍କୁ ୧୦ ଅଗଷ୍ଟ ପର୍ଯ୍ୟନ୍ତ ଶତ୍ରୁଙ୍କ ଠାରୁ ସାବଧାନ ରହିବାକୁ ପଡ଼ିବ । ଏହି ଅଶୁଭ ଯୋଗ ହେବା ଯୋଗୁଁ ଆପଣଙ୍କ ଦୈନିକ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇପାରେ । ମାନସିକ ଚିନ୍ତା ବଢ଼ିବ । ଚାକିରି-ବ୍ୟବସାୟ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ ।

କନ୍ୟା: କନ୍ୟ।। ରାଶି ଜାତଙ୍କ ଦାମ୍ପତ୍ୟ ଜୀବନରେ ଅସୁବିଧା ବଢ଼ିପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ଦେଖାଦେଇପାରେ । ଋଣଭାର ବଢ଼ିପାରେ ।

ମକର: ମକର ରାଶି ଜାତକଙ୍କୁ ଏହି ସମୟରେ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ହେବ । ଖର୍ଚ୍ଚ ବଢ଼ିବା ଯୋଗୁଁ ଚିନ୍ତାରେ ରହିପାରନ୍ତି । ପରିଶ୍ରମର ଫଳ କମ୍ ମିଳିପାରେ । ଦୀର୍ଘ ଦିନରୁ ସଞ୍ଚୟ କରିଥିବା ପାଣ୍ଠି ଖର୍ଚ୍ଚ ହୋଇପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

କୁମ୍ଭ: ସ୍ଥାନ ପରିବର୍ତ୍ତନର ଯୋଗ ରହିଛି । ଆପଣଙ୍କ ରହସ୍ୟ ଅନ୍ୟଙ୍କୁ ଜଣାପଡ଼ିପାରେ । ଭାଗ୍ୟ ସାଥ୍ ନମିଳିପାରେ । ବିଦ୍ୟାର୍ଥୀଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ନୁହେଁ । ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିଲେ ମନ ବିଚଳିତ ହୋଇପାରେ ।

ମୀନ: ଖର୍ଚ୍ଚ ବଢ଼ିବା ଯୋଗୁଁ ମନ ବିଚଳିତ ହୋଇପାରେ । ଋଣଭାର ବଢ଼ିପାରେ । ୧୦ ଅଗଷ୍ଟ ପର୍ଯ୍ୟନ୍ତ ଜଗି ରଖି ଚଳିଲେ ଭଲ ହେବ ।

Get real time updates directly on you device, subscribe now.