fbpx

ମଣିପୁର ଭୂସ୍ଖଳନରେ ସେନାର ୭ ଯବାନ ସମେତ ୧୪ ଜଣଙ୍କର ମୃତ୍ୟୁ, ୨୫ ଯବାନ ନିଖୋଜ: ଏବେ ବି ଚାଲିଛି ଉଦ୍ଧାର କାମ

ନୂଆଦିଲ୍ଲୀ: ମଣିପୁରର ନୋନି ଜିଲ୍ଲାର ଏକ ସେନା ଶିବିରରେ ଭୂସ୍ଖଳନରେ ସେନାର ୭ ଯବାନଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଏବେ ବି ୨୫ ଜଣ ଯବାନ ତଳେ ଚାପି ହୋଇ ରହିଥିବା ଜଣାପଡିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମଣିପୁର ଭୂସ୍ଫଳକ ଯୋଗୁଁ ଅନେକ ଧ୍ୱଂସ ହୋଇଛି ।

ସୂଚନା ଅନୁସାରେ, ଗତ ରାତିରେ ମଣିପୁରରେ ହୋଇଥିବା ଭୂସ୍ଖଳନ ଯୋଗୁଁ ୬୦ରୁ ଅଧିକ ଲୋକ ନିଖୋଜ ହୋଇଥିବା ଜଣାପଡିଥିଲା । ମଣିପୁରର ନୋନୀ ଜିଲ୍ଲାର ତୁପୁଲ ଲେୱେ ଷ୍ଟେସନରେ ଏଭଳି ଏକ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭାରତୀୟ ଯବାନ ମଧ୍ୟ ଫସି ରହିଥିବା ଜଣାଯାଇଛି । ନିର୍ମାଣଧୀନ ଜିରିବାମ-ଇମ୍ଫାଲ ରେଲୱେ ଲାଇନର ସୁରକ୍ଷା ପାଇଁ ନିୟୋଜିତ ୧୦୭ ଟେରିଟୋରିୟାଲ ଆର୍ମିର ଏକ କମ୍ପାନୀ ମଧ୍ୟ ଏହା ମଧ୍ୟରେ ଫସି ରହିଛି ।

ଡିଜିପି ପି ଡୋଙ୍ଗଲ କହିଛନ୍ତି ଯେ, ୨୩ ଜଣ ଲୋକଙ୍କୁ ବାହାର କରାଯାଇଛି । ଯେଉଁମାନଙ୍କ ମଧ୍ୟରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ଲୋକଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେନାର ଯବାନ, ରେଲୱେ କର୍ମଚାରୀ ଓ ଶ୍ରମିକଙ୍କୁ ମିଶାଇ ପ୍ରାୟ ୬୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । କାଲିର ଅପରେସନରେ ୭ ଜଣ ଯବାନଙ୍କ ଶବକୁ ଉଦ୍ଧାର କରାଯାଇଥିବା ବେଳେ ୧୩ ଜଣ ଯବାନଙ୍କୁ ସୁରକ୍ଷିତ ବାହାର କରାଯାଇଛି ।

 

Get real time updates directly on you device, subscribe now.