Rajya Sabha Candidates: ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା BJP; ମନମୋହନ ଓ ସୁଜିତଙ୍କୁ ମିଳିଲା ଟିକେଟ୍

ବିଜେପି କେନ୍ଦ୍ରୀୟ କମିଟିରୁ ପ୍ରାର୍ଥୀ ଘୋଷଣା, ମନମୋହନ ଓ ସୁଜିତ କୁମାରଙ୍କୁ ମିଳିଲା ଟିକେଟ୍

ଭୁବନେଶ୍ବର: (ବିଜେପି) କେନ୍ଦ୍ରିୟ କମିଟି ପକ୍ଷରୁ ନିର୍ବାଚନ ପାଇଁ ନୂତନ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ ମନମୋହନ ଓ ସୁଜିତ କୁମାରଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।

୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି। ମନମୋହନ ସାମଲ ପ୍ରଥମ ଆସନ ପାଇଁ ପ୍ରାର୍ଥୀ। ସୁଜିତ କୁମାର ଦ୍ବିତୀୟ ଆସନ ପାଇଁ ପ୍ରାର୍ଥୀ। ନାଁ ଘୋଷଣା କଲା ବିଜେପି କେନ୍ଦ୍ରୀୟ କମିଟି।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇଜଣ ପ୍ରାର୍ଥୀଙ୍କୁ ଦଳର ସଂଗଠନ ଶକ୍ତି ଓ ସ୍ଥାନୀୟ ସମର୍ଥନକୁ ଦୃଷ୍ଟିରେ ରଖି ଚୟନ କରାଯାଇଛି। ଆସନ୍ତା ନିର୍ବାଚନକୁ ଲକ୍ଷ୍ୟ କରି ବିଜେପି ତାଙ୍କର ପ୍ରସ୍ତୁତିକୁ ଆହୁରି ଜୋରଦାର କରୁଛି।

ଏହି ଘୋଷଣା ପରେ ସ୍ଥାନୀୟ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି ଏବଂ ଦଳୀୟ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।