ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ; ଜଳିଗଲେ 7 ଶ୍ରମିକ, ଆଗକୁ ବଢିପାରେ ମୃତ୍ୟୁ ସଂଖ୍ୟା

ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ; ଜଳିଗଲେ 7 ଶ୍ରମିକ ।

ବାଲୋଦା: ଛତିଶଗଡ଼ର ବାଲୋଦା ବଜାର ଜିଲ୍ଲାରେ ଗୁରୁବାର ଅର୍ଥାତ ଆଜି ଏକ ବଡ଼ ଅଘଟଣ ଘଟିଛି । ରିପୋର୍ଟ ଅନୁଯାୟୀ, ବାକୁଲାହିର ରିଅଲ୍ ଷ୍ଟିଲ୍ ପ୍ଲାଣ୍ଟରେ ଏକ ଭୟଙ୍କର ବିସ୍ଫୋରଣରେ ପ୍ରାୟ 7 ଶ୍ରମିକଙ୍କ ମୃତ୍ୟୁ ହୋଇଛି । ପ୍ଲାଣ୍ଟର DSC କୋଇଲା ଫର୍ଣ୍ଣେସରେ ହଠାତ୍ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ସମୟରେ, ଶ୍ରମିକମାନେ ଫର୍ଣ୍ଣେସ ଚାରିପାଖରେ ଥିବା ଅଞ୍ଚଳ ସଫା କରୁଥିବା ସମୟରେ ଗରମ କୋଇଲାରେ ଜଳିଯାଇଥିଲା।

ବିସ୍ଫୋରଣରେ ଅନ୍ୟ ଅନେକ ଶ୍ରମିକ ମଧ୍ୟ ଆହତ ହୋଇଥିଲେ ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳେ ପହଞ୍ଚି ନିଆଁକି ଆୟତ କରିଛିଲେ। ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ କଳା ଧୂଆଁର ଏକ ସ୍ତର ଆକାଶକୁ ଅନେକ ମିଟର ଉପରକୁ ଉଠିଥିଲା ​​ଏବଂ କୋଠାର କାନ୍ଥ ମଧ୍ୟ କଳା ହୋଇଯାଇଥିଲା।

ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି । ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୋଲିସ ଘଟଣାସ୍ଥଳକୁ ଘେରାବନ୍ଦୀ କରି ସୁରକ୍ଷିତ ରଖିଛି ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରୁଛି। ପ୍ରାଥମିକ ତଦନ୍ତରୁ ସୁରକ୍ଷା ମାନଦଣ୍ଡରେ ଅବହେଳା ସନ୍ଦେହ ସୃଷ୍ଟି ହୋଇଛି।

ପ୍ଲାଣ୍ଟ ପରିଚାଳନା କୌଣସି ସୂଚନା ପ୍ରଦାନ କରୁନାହିଁ

ଦୁର୍ଘଟଣା ପରେ ସବୁଠାରୁ ଗମ୍ଭୀର ଘଟଣା ହେଉଛି ପ୍ଲାଣ୍ଟ ପରିଚାଳନା ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରଦାନ କରିନାହିଁ। ମୃତକଙ୍କ ସଠିକ୍ ସଂଖ୍ୟା ନିଶ୍ଚିତ ହୋଇନାହିଁ କିମ୍ବା ଦୁର୍ଘଟଣାର କାରଣ ସମ୍ପର୍କରେ କୌଣସି ବିବୃତ୍ତି ଦିଆଯାଇ ନାହିଁ। ଯାହା ଅନେକ ପ୍ରଶ୍ନ ଉଠାଛି।

ଆହତ ଶ୍ରମିକଙ୍କ ନାମ:

ମୋତାଜ ଅନସାରୀ (୨୬), କାରପେଣ୍ଟର, ଠିକାଦାର – ଏମଏସ

ସରାଫତ ଅନସାରୀ (୩୨), ବଢ଼େଇ ବା କାରପେଣ୍ଟର – ଏମଏସ

ସବିର ଅନସାରୀ (୩୭), ବଢ଼େଇ – ଏମଏସ

କଲ୍ପୁ ଭୂୟାଁ (୫୧), ସହାୟକ – ଅଶୋକ ଯାଦବ

ରାମୁ ଭୂୟାଁ (୩୪), ସହାୟକ – ଅଶୋକ ଯାଦବ