fbpx

ମାଓବାଦୀଙ୍କ ବର୍ବରକାଣ୍ଡ: ଅପହରଣ ପରେ ଯବାନଙ୍କୁ ଗଳାକାଟି ହତ୍ୟା ।

ମାଲକାନଗିରି, 12/5 : ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଡିଆରଜି ଯବାନଙ୍କୁ ଘରୁ ଅପରହଣ ପରେ ଗଳା କାଟି ହତ୍ୟା କରିଥିବା ଜଣାପଡ଼ିଛି । ଦୋର୍ଣ୍ଣାପାଲ ଥାନା ଅନ୍ତର୍ଗତ ପେଟା ଗାଁରେ ଏହି ଘଟଣା ଘଟିଛି । ମୃତ ଯବାନ ହେଲେ ବେଟ୍ଟି ଭୀମା । ଗତକାଲି ସେ ଗାଁକୁ ଯାଇଥିଲେ । ରାତିରେ ଘରେ ଶୋଇଥିବା ବେଳେ ୧୦ ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ଆସିଥିଲେ । ବନ୍ଧୁକ ଦେଖାଇ ତାଙ୍କୁ ଘରୁ ଉଠାଇ ନେଇଥିଲେ । ଗାଁ ମୁଣ୍ଡ ରାସ୍ତାରେ ପଥରରେ ଛେଚିବା ସହ ଗଳା କାଟି ଅତି ନିର୍ମମ ଭାବରେ ଯବାନଙ୍କୁ ହତ୍ୟା କରିଛି ଲାଲବାହିନୀ ।

Get real time updates directly on you device, subscribe now.