ଭୁଲ ପାଇଁ କ୍ଷମା ମାଗିଲେ ମେଟା ସିଇଓ ମାର୍କ ଜୁକରବର୍ଗ

ମେଟା ଅଧୀନରେ ଥିବା ସୋସିଆଲ ମିଡ଼ିଆରେ ଶିଶୁ ଯୌନ ଶୋଷଣ ସମ୍ବନ୍ଧୀୟ କଣ୍ଟେଣ୍ଟ ପ୍ରକାର ପାଇଥିଲା। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା

ନୂଆଦିଲ୍ଲୀ: ଭୁଲ ମାଗିଲେ ମେଟା ସିଇଓ ମାର୍କ ଜୁକରବର୍ଗ। ଏଥିସହ ଦୁଃଖ ପ୍ରକାଶ କରିଛନ୍ତି। ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକରେ ଶିଶୁ ଯୌନ ଶୋଷଣ ସମ୍ବନ୍ଧୀୟ ସାମଗ୍ରୀ, ଡିପଫେକ କଣ୍ଟେଣ୍ଟ ଓ ଆଲଗୋରିଦମ ପରିଚାଳନାରେ ଘଟିଥିବା ଗୁରୁତର ତ୍ରୁଟି ପାଇଁ ଆନୁଷ୍ଠାନିକ ଭାବେ କ୍ଷମା ପ୍ରାର୍ଥନା କରିଛନ୍ତି।

ମେଟା ଅଧୀନରେ ଥିବା ସୋସିଆଲ ମିଡ଼ିଆରେ ଶିଶୁ ଯୌନ ଶୋଷଣ ସମ୍ବନ୍ଧୀୟ କଣ୍ଟେଣ୍ଟ ପ୍ରକାର ପାଇଥିଲା। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହା ପରେ କେନ୍ଦ୍ର ସରକାର ମେଟାକୁ ନୋଟିସ କରିଥିଲା। ଏହାକୁ ନେଇ ଗତ ଦୁଇ ଦିନ ଧରି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟର ଅଧିକାରୀ ଏବଂ ମେଟାର ବିଶ୍ୱସ୍ତରୀୟ ନେତୃତ୍ୱଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିଲା। ବୈଠକ ସମୟରେ ଭୁଲ ହୋଇଥିବା ମେଟା ସ୍ୱୀକାର କରିଥିଲା। ଏଥିସହ କ୍ଷମା ପ୍ରାର୍ଥନା କରିଥିଲା।

Uttarakhand Govt.

ସୂଚନା ଅନୁସାରେ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୌଣସି ଭିଡିଓ ହଟାଯିବା ସମ୍ପର୍କରେ ଆଲୋଚନା କରାଯାଇନାହିଁ। ସରକାର ସ୍ପଷ୍ଟ କରିଛନ୍ତି ଯେ, ଆଇଟି ଅଧିନିୟମ ଅନୁଯାୟୀ ମେଟା ଇଣ୍ଟରମିଡିଆରିର ପରିଭାଷା ମଧ୍ୟରେ ଆସୁନାହିଁ। ଯେହେତୁ ମେଟାର ଆଲଗୋରିଦମ ନିଜେ ନିଷ୍ପତ୍ତି ନିଏ, କେଉଁ କଣ୍ଟେଣ୍ଟ କାହାକୁ ଦେଖାଯିବ, ସେଥିପାଇଁ ଆଇଟି ଅଧିନିୟମ ଅନୁଯାୟୀ ‘ସେଫ ହାର୍ବର’ ସୁରକ୍ଷା ତା’ଉପରେ ପ୍ରଯୁଜ୍ୟ ହେବନାହିଁ। ତାକୁ ଏହି ଆଇନଗତ ସୁବିଧା ଦିଆଯିବ ନାହିଁ।
ବୈଠକ ସମୟରେ ପ୍ଲାଟଫର୍ମର ବ୍ୟବସାୟିକ କାର୍ଯ୍ୟାପ୍ରଣାଳୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ମେଟା ସ୍ୱୀକାର କରିଛି; କେତେକ ନିର୍ଦ୍ଦିଷ୍ଟ ଶ୍ରେଣୀର କଣ୍ଟେଣ୍ଟକୁ ଅଧିକ ପ୍ରଚାର କରିବା ପାଇଁ ବହୁ ପରିମାଣର ଅର୍ଥ ଖର୍ଚ୍ଚ କରାଯାଇଥିଲା। ଏହି ନିଷ୍ପତ୍ତି ପାଇଁ କମ୍ପାନୀ ଅନୁତାପ କରୁଛି।