fbpx

ମାର୍କେଟ ବିଲ୍ଡିଂ ବ୍ୟବସାୟୀଙ୍କ ଆତ୍ମହତ୍ୟା, ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ମୃତ୍ୟୁ: ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ

ଭୁବନେଶ୍ୱର: ଆତ୍ମହତ୍ୟା ଉଦ୍ୟମ କରି ଚିକିତ୍ସାଧୀନ ଅବସ୍ଥାରେ ବ୍ୟବସାୟୀଙ୍କ ମୃତ୍ୟୁ । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ବ୍ୟବସାୟୀଙ୍କ କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ । ମାର୍କେଟ ବିଲ୍ଡିଂଠାରେ  ଉଚ୍ଛେଦ ପରେ ବ୍ୟବସାୟୀ ଜଣକ ଜୀବିକା ହରାଇଥିଲେ । ଜୀବିକା ହରାଇ ଦୁଶ୍ଚିନ୍ତାରେ ଆତ୍ମହତ୍ୟା କରିଥିବା ପରିବାରର ଅଭିଯୋଗ ।

ସୂଚନାଯୋଗ୍ୟ, ବ୍ୟବସାୟୀଙ୍କ ଜଣକ ୨ ନମ୍ବର ମାର୍କେଟ ବିଲ୍ଡିଂଠାରେ ବ୍ୟବସାୟ କରୁଥିଲେ । ତେବେ କିଛିଦିନ ତଳେ ବିବାଦ ପରେ ମାର୍କେଟ ବିଲ୍ଡିଂରୁ ଉଠାଦୋକାନୀଙ୍କୁ ହଟାଇ ଦିଆଯାଇଥିଲା । ଫଳରେ ଅଜିତ୍ ମାନସିକ ଚାପ ଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା କହିଛନ୍ତି ଅଜିତଙ୍କ ସ୍ତ୍ରୀ ।

ଅଜିତଙ୍କ ସ୍ତ୍ରୀ କହିଛନ୍ତି ଯେ ଅଜିତ ୨୦ ବର୍ଷ ଧରି ମାର୍କେଟ ବିଲ୍ଡିଂ ବୟନିକା ସାମ୍ନାରେ ବେଡ଼ସିଟ ଦୋକାନ ଦେଇଥିଲେ ।  ଲକ୍ଷାଧିକ ଟଙ୍କା ଲୋନ୍ କରି ନିଜର ଉଠା ଦୋକାନୀଟିଏ କରିଥିଲେ, କିନ୍ତୁ ମଙ୍ଗଳବାର ଦିନରୁ ମାର୍କେଟ ବିଲ୍ଡିଂ ବନ୍ଦ ହେବ ପରେ ଅଜିତ ମାନସିକ ଚାପରେ ରହିଆସୁଥିଲେ ଓ ଲୋନ୍ କେମିତି ସୁଝିବେ ବୋଲି ଚିନ୍ତାରେ ଥିଲେ । ଆଉ ରବିବାର ସକାଳେ ବେକରେ ରସି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।  ସେପଟେ ମାର୍କେଟ ବିଲ୍ଡିଂ ବିବାଦ ଯୋଗୁଁ ଅଜିତ୍ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକ ।

 

Get real time updates directly on you device, subscribe now.