fbpx

ମାର୍କେଟ ବିଲ୍ଡିଂର ଦୋକାନ ସିଲ୍, ଜାଣନ୍ତୁ କାହିଁକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂର କିଛିି ଦୋକାନକୁ ଆଜି ସିଲ୍ କରାଯାଇଛି । ଟଙ୍କା ବକେୟା ରଖିଥିବାରୁ ଦୋକାନ ସିଲ୍ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ୩୧ଟି ଦୋକାନ ଏପର୍ଯ୍ୟନ୍ତ ବକେୟା ଅର୍ଥ ଦେଇନାହାନ୍ତି । ଟଙ୍କା ବକେୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୩ଟି ଦୋକାନ ସିଲ୍ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ରାଜଧାନୀପୂଜା ସମିତି ଓ ଦେବୋତ୍ତର ବିଭାଗ ସିଲ୍ କରିଛି । ତେବେ ୨ ବର୍ଷ ହେବ କରୋନା ଯୋଗୁଁ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହୋଇଥିଲା । ଅନେକ ଦିନ ଦୋକାନ ବନ୍ଦ ରହିବାରୁ ସେମାନେ ଅନେକ କ୍ଷତି ସହିଥିଲେ । ଏବେ ଦୋକାନ ସିଲ୍ ହେବାରୁ ଦୋକାନୀ ସମେତ ଗ୍ରାହକମାନେ ବି ଅସୁବିଧାରେ ପଡିଛନ୍ତି ।

Get real time updates directly on you device, subscribe now.