fbpx

ଆଧାର କାର୍ଡ ଦ୍ୱାରା ଭାଙ୍ଗିଲା ବିବାହ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଆଜିକାଲି ବିବାହ ଭାଙ୍ଗିବା ଏକ ସାଧାରଣ କଥା ହୋଇଗଲାଣି । କେତେବେଳେ ବାହାଘର ପୂର୍ବରୁ କନ୍ୟା ଫେରାର ତ କେତେବେଳେ ବାହାଘର ପରେ ବର ଫେରାର ହୋଇଯାଉଛି । ତେବେ ବିବାହ ଭାଙ୍ଗିବା ପଛରେ ଅନେକ କାରଣ ରହିଥାଏ । ତେବେ ଆଧାର କାର୍ଡ ଦ୍ୱାରା ଯଦି ଜଣକର ବିବାହ ଭାଙ୍ଗିଯାଏ, ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ ।

ଆନ୍ଧ୍ରପ୍ରଦେଶରେ ଆଧାର କାର୍ଡ ଗୋଟିଏ ବାହାଘର ଭାଙ୍ଗିବାର ମୁଖ୍ୟ କାରଣ ସାଜିଛି । ବିବାହ କରୁଥିବା ଝିଅର ପିତାଙ୍କର ସରନେମରେ ଗଡ଼ବଡ଼ ଥିବାରୁ ଏହି ବିବାହ ଭାଙ୍ଗିଯାଇଥିବା ଜଣାପଡ଼ିଛି । ବିବାହକୁ ନେଇ ଦୁଇ ପକ୍ଷଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ଆୟୋଜନ କରାଯାଇଥିଲା । ଅନ୍ତିମ ମୁହୂର୍ତ୍ତରେ ବିବାହ ଭାଙ୍ଗି ଯାଇଥିଲା । ତେବେ ଏହି ଘଟଣା ନେଇ ପୋଲିସରେ ଅଭିଯୋଗ ହେବା ପରେ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.