fbpx

ହନିମୁନ୍ ରେ ଜଣାପଡ଼ିଲା ସ୍ୱାମୀ ଜଣେ ଟ୍ରାନ୍ସଜେଣ୍ଡର; ଆଉ ତା’ପରେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): ବିବାହ ତ ସମସ୍ତଙ୍କର ହୁଏ । କିନ୍ତୁ ସାଧାରଣରେ ‘ବିବାହ’ କହିଲେ ଜଣେ ଝିଅ ଓ ପୁଅକୁ ସାମାଜିକ ସ୍ୱୀକୃତି ମିଳିବାକୁ ବୁଝାଏ। ସେହିପରି ବିଶ୍ୱର ଅନେକ ସ୍ଥାନରେ ଆମେ ସମଲିଙ୍ଗୀ ବିବାହ କଥା ମଧ୍ୟ ଅନେକ ସମୟରେ ଶୁଣିଛେ। କିନ୍ତୁ ଜଣେ ପୁଅକୁ ବାହାହୋଇ ହନିମୁନ୍ ଯିବା ପରେ ସେଠାରେ ଝିଅ ଯଦି ଜାଣେ ଯେ ତା ସ୍ୱାମୀ ଜଣେ ଟ୍ରାନ୍ସ ଜେଣ୍ଡର୍! ତେବେ ଅବସ୍ଥା କଣ ହୋଇଥିବା ଭାବନ୍ତୁ ।

ଠିକ୍ ଏଭଳି ଘଟଣା ଘଟିଛି । ପୁଅ ଜଣଙ୍କ ଆଗରୁ ବର ହୋଇ ବିବାହ କରିଥିଲେ । ପରେ ଦମ୍ପତି ଯାଇଥିଲେ ହନିମୁନ୍ ପାଇଁ, କିନ୍ତୁ ସେଠାରେ ଝିଅ ଜାଣି ପାରିଥିଲେ ଯେ ସେ ସ୍ୱାମୀ ଭାବେ ଗ୍ରହଣ କରିଥିବା ମଣିଷ ଜଣଙ୍କ ପୁରୁଷ ନୁହନ୍ତି।

Rian turned girl from boy #OdishaBhaskar

ଘଟଣା କଣ ଓ କେମିତି:

ଜେ’ ଓ ରିୟାନଙ୍କ ବିବାହ ୨୦୧୮ରେ ଆମେରିକାର ଟେକ୍ସସାସରେ ହୋଇଥିଲା । ଏବେ ଦୁହେଁ  ବ୍ରିଟେନରେ ରହୁଛନ୍ତି । ତେବେ ବ୍ରିଟିଶ୍ ଗଣମାଧ୍ୟମକୁ ରିୟାନ କହିଛନ୍ତି ଯେ ଯେବେ ସେ ୧୧ ବର୍ଷର ହୋଇଥିଲେ ତାଙ୍କୁ ଗୋଟେ ଝିଅ ହେବାର ଚିନ୍ତା ଆସିଥିଲା । କିନ୍ତୁ ବର୍ତ୍ତମାନ ବିବାହ ପରେ ପତ୍ନୀଙ୍କୁ ଏହି ସବୁ କଥା କହି ତାଙ୍କୁ ବହୁତ ହାଲୁକା ଲାଗିଲା।

ଖାଲି ସେତିକି ନୁହେଁ, ରିୟାନ ଅସ୍ତ୍ରୋପଚାର କରି ତାଙ୍କର ଲିଙ୍ଗ ପରିବର୍ତ୍ତନ କରିସାରିଛନ୍ତି । ଏହି ଅସ୍ତ୍ରୋପଚାର ପାଇଁ ତାଙ୍କୁ ୪୫ ହଜାର ପାଉଣ୍ଡ ଅର୍ଥାତ୍ ପ୍ରାୟ ୪୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସେ କହିଛନ୍ତି । ତେବେ ଲିଙ୍ଗ ପରିବର୍ତ୍ତନ ପରେ ଦୁହେଁ ଖୁବ୍ ଖୁସି ଅଛନ୍ତି ଏବଂ ସେମାନେ ସେପ୍ଟେମ୍ବରରେ ପୁଣି ଥରେ ବିବାହ କରିବେ। ଏଥିପାଇଁ ବିବାହର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଏନେଇ ତାଙ୍କର ସ୍ୱତନ୍ତ୍ର ପୋଷାକ ପ୍ରସ୍ତୁତ କରାଯାଉଛି । ସେହିପରି ଉଭୟଙ୍କର ପରିବାରବର୍ଗ ମଧ୍ୟ ବହୁତ ଖୁସି ଅଛନ୍ତି ।

 

View this post on Instagram

 

A post shared by ?????? (@officiallyrayna)

Get real time updates directly on you device, subscribe now.