fbpx

ମସଜିଦରେ ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଧର୍ମଗୁରୁ ଗିରଫ

ନୂଆଦିଲ୍ଲୀ: ସୀମା ଟପିଲା ବର୍ବରତା । ମସଜିଦରେ ୧୨ ବର୍ଷର ନାବାଳିକା ସହ ଦୁଷ୍କର୍ମ କରିଛନ୍ତି ଜଣେ ୪୮ ବର୍ଷୀୟ ଧର୍ମଗୁରୁ । ମସଜିଦକୁ ପାଣି ଆଣିବାକୁ ଯାଇଥିବା ସମୟରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି ଜୋର ଧରିଛି । ରାଜସ୍ଥାନର ଭରତପୁରର ଏହି ଧର୍ମଗୁରୁଙ୍କୁ ଗାଜିଆବାଦର ଲୋନୀରୁ ଜିଲ୍ଲାରୁ ଗିରଫ କରାଯାଇଛି । ଅଭିଯୁକ୍ତ ବିବାହିତ ଏବଂ ତାଙ୍କର ୪ ସନ୍ତାନ ମଧ୍ୟ ଅଛନ୍ତି ।

ପୋଲିସର ସୂଚନା ଅନୁଯାୟୀ ଅଭିଯୁକ୍ତ ଗାଜିଆବାଦର ଲୋନୀ ଜିଲ୍ଲାରେ ରହୁଥିବାବେଳେ ଗତ ରବିବାର ସନ୍ଧ୍ୟାରେ ଏଭଳି କାଣ୍ଡ ଘଟାଇଥିଲେ । ପୀଡ଼ିତା ତାଙ୍କ ପିତା ମାତାଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ସେମାନେ ପୋଲିସରେ ଅଭିଯୋଗ କରିଥିଲେ । ମସଜିଦକୁ ପାଣି ଆଣିବାକୁ ଯାଇଥିବା ସମୟରେ ଧର୍ମଗୁରୁ ଜଣକ ତାଙ୍କ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ପୋଲିସ କହିଛି ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ଧାରା ୩୭୬ ସମେତ ପକ୍ସୋ ଆକ୍ଟ ସମ୍ବନ୍ଧିତ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ପଠାଯାଇଛି । ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି । ଏହାସହ ମସଜିଦ ଆଖପାଖରେ ପୋଲିସ ନିୟୋଜିତ କରାଯାଇଥିବା କହିଛି ପୋଲିସ ।

Get real time updates directly on you device, subscribe now.