fbpx

୫ ବର୍ଷ ଓ ତାଠାରୁ କମ୍ ବୟସର ପିଲାଙ୍କ ପାଇଁ ମାସ୍କ ଜରୁରୀ ନୁହେଁ; ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନୂତନ ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ଦିନ କୋଭିଡ -୧୯ ସମ୍ବନ୍ଧରେ ଏକ ନୂତନ ଗାଇଡଲାଇନ ଜାରି କରିଛି । ଶିଶୁ ଏବଂ କିଶୋର (୧୮ ବର୍ଷରୁ କମ୍) ରେ କୋଭିଡ୍-୧୯ ର ପରିଚାଳନା ପାଇଁ ସଂଶୋଧିତ ବିସ୍ତୃତ ନିର୍ଦ୍ଦେଶାବଳୀରେ ପାଞ୍ଚ ବର୍ଷ କିମ୍ବା ତାଠାରୁ କମ୍ ବୟସର ପିଲାମାନଙ୍କ ପାଇଁ ମାସ୍କ ସୁପାରିଶ କରାଯାଏ ନାହିଁ । ଏହାସହିତ କୁହାଯାଇଛି ଯେ, ୬-୧୧ ବର୍ଷ ବୟସର ପିଲାମାନେ ବାପାମାଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିରାପଦ ଏବଂ ଉପଯୁକ୍ତ ଢ଼ଙ୍ଗରେ ମାସ୍କ ବ୍ୟବହାର କରିପାରିବେ ।

ସରକାର କହିଛନ୍ତି ଯେ, କରୋନା ଭୁତାଣୁ ସଂକ୍ରମଣର ଗମ୍ଭୀରତା ସତ୍ତେ୍ୱ ୧୮ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଆଣ୍ଟିଭାଇରାଲ୍ କିମ୍ବା ମୋନୋକ୍ଲୋନାଲ ଆଣ୍ଟିବଡି ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ । ମନ୍ତ୍ରାଳୟ କହିଛି ଯେ, ୧୨ ବର୍ଷ ଓ ତାଠାରୁ ଅଧିକ ବର୍ଷ ପିଲାମାନେ ବୟସ୍କଙ୍କ ପରି ମାସ୍କ ବ୍ୟବହାର କରିବା ଉଚିତ୍ । କୋଭିଡ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନକୁ ଆଖି ଆଗରେ ରଖି ବିଶେଷଜ୍ଞ କମିଟିର ପରାମର୍ଶ କ୍ରମେ ସ୍ଥିତି ସମୀକ୍ଷା କରି ନୂତନ ଗାଇଡଲାଇନ୍ ଜାରି କରାଯାଇଛି । ଏହି କ୍ରମରେ କୁହାଯାଇଛି ଯେ, ଅନ୍ୟ ଭାରିଆଣ୍ଟ ତୁଳନାରେ ଓମିକ୍ରନର ପ୍ରଭାବ କମ୍ ରହିଛି ।

Get real time updates directly on you device, subscribe now.