fbpx

କରୋନା ପଜିଟିଭ ହେଲେ ଅଷ୍ଟ୍ରେଲିଆର ଆଉ ଜଣେ ଖେଳାଳି: ଇଂଲଣ୍ଡ ବିପକ୍ଷରେ ଖେଳିବା ନେଇ ପ୍ରଶ୍ନବାଚୀ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଦ୍ୱିତୀୟ ଖେଳାଳିଭାବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ୱିକେଟ କିପର ମାଥ୍ୟୁ ୱେଡ । ତେଣୁ ସେ ଇଂଲଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି । ପୂର୍ବରୁ ଅଷ୍ଟ୍ରେଲିଆ ଦଳର ସ୍ପିନ ବୋଲର ଆଡାମ ଜମ୍ପା ମଧ୍ୟ କରୋନାରେ ଆକ୍ରାନ୍ତ ହୋଥିଲେ । ଏହାପରେ ଦଳର ଦ୍ୱିତୀୟ ଖେଳାଳି ଭାବେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ମାଥ୍ୟୁ ୱେଡ । କିନ୍ତୁ ଯଦି ୱେଡ ଏହି ମ୍ୟାଚ ନ ଖେଳନ୍ତି ତେବେ ଅଷ୍ଟ୍ରେଲିଆ ପାଇଁ ଏକ ବଡ ଚିନ୍ତା ପକଟ ହେବ ।

ଯଦି ୱେଡ ଏହି ମ୍ୟାଚ ଖେଳିପାରିବେ ନାହିଁ, ତେବେ ତାଙ୍କ ସ୍ଥାନରେ ଡାଭିଡ ୱାର୍ଣ୍ଣର କିମ୍ବା ଗ୍ଲେନ ମ୍ୟାକ୍ସୱେଲ ୱିକେଟ କିପିଙ୍ଗ ଭୂମିକାରେ ନଜର ଆସିବେ ।ନିୟମିତ ୱିକେଟ କିପର ନ ହେଲେ ମଧ୍ୟ ଦଳ ପାଇଁ ଏହି ଉପାୟ ଆପଣେଇବେ ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ । କାରଣ ବିଶ୍ବକପରେ ଅଷ୍ଟ୍ରେଲିଆ ୧୫ ଜଣିଆ ଦଳରେ ଏକମାତ୍ର ୱିକେଟ କିର ହେଉଛନ୍ତି ମାଥ୍ୟୁ ୱେ । ତାଙ୍କର କେହି ବିକଳ୍ପଙ୍କୁ ବିଶ୍ବକପ ଦଳରେ ସାମିଲ କରିନି ଅଷ୍ଟ୍ରେଲିଆ । ତେବେ ଗୁରୁବାର ଦିନ ସେ ଅଷ୍ଟ୍ରେଲିଆ ଦଳ ସହ ଅଭ୍ୟାସ କରିନଥିବା ବେଳେ ମ୍ୟାକ୍ସୱେଲ ୱିକେଟ କିପିଙ୍ଗ କରିଥିଲେ । ତେବେ ଆଇସିସିର ନିୟମ ଅନୁଯାୟୀ, କରୋନାରେ ସଂକ୍ରମିତ ଖେଳାଳି ଚଳିତ ବିଶ୍ୱକପରେ ଯେକୌଣସି ମ୍ୟାଚ ଖେଳିପାରିବେ । ଅଷ୍ଟ୍ରେଲିଆ ସରକାର ଓ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ସବୁଜ ସଂକେତ ଦେଇଥିବାରୁ ମାଥ୍ୟୁ ୱେଡ ଇଂଲଣ୍ଡ ବିରୋଧରେ ମ୍ୟାଚ ଖେଳିବା ପାଇଁ ଉପଲବ୍ଧ ରହିପାରିବେ । କିନ୍ତୁ ବଡ ବିଷୟ ହେଉଛି ସେ ଖେଳିବା ପାଇଁ ନିଜେ କେତେ ଫିଟ ଅନୁଭବ କରୁଛନ୍ତି ।

ସୂଚନାଯୋଗ୍ୟ ଯେ ପୂର୍ବରୁ ଅଷ୍ଟ୍ରେଲିଆ ଦଳର ଅନ୍ୟତମ ଖେଳାଳି ତଥା ସ୍ପିନର ଆଡାମ ଜାମ୍ପା କରୋନାରେ ଆକ୍ରାନ୍ତ ହୋଇଥିଲେ । ତେଣୁ ସେ ଶ୍ରୀଲଙ୍କା ବିପକ୍ଷ ସୁପର-୧୨ ମ୍ୟାଚ ଖେଳିନଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ବିଶ୍ୱକପର ସୁପର-୧୨ ପର୍ୟ୍ୟାୟରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଗୋଟିଏ ଲେଖାଏଁ ମ୍ୟାଚ ପରାସ୍ତ ହୋଇଛନ୍ତି । ସୁପର-୧୨ ପର୍ୟ୍ୟାୟର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ଅଷ୍ଟ୍ରେଲିଆ ଓ ଗତକାଲି ଆୟର୍ଲାଣ୍ଡ ଠାରୁ ହାରିଥିଲା ଇଂଲଣ୍ଡ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି । ତେଣୁ ତୃତୀୟ ସୁର- ୧୨ ପର୍ୟ୍ୟାୟ ମ୍ୟାଚ ବିଜୟୀ ହେବା ଉଭୟ ଦଳ ପାଇଁ ଗୁରୁତ୍ୱୂର୍ଣ୍ଣ ।

Get real time updates directly on you device, subscribe now.