ଦେଶର ଏକମାତ୍ର ରେଳଷ୍ଟେସନ, ଯେଉଁଠୁ ସବୁ କୋଣ ଅନୁକୋଣକୁ ଯାଏ ଟ୍ରେନ, ଜାଣନ୍ତୁ…
ଦେଶର ଏକମାତ୍ର ରେଳଷ୍ଟେସନ, ଯେଉଁଠୁ ସବୁ କୋଣ ଅନୁକୋଣକୁ ଯାଏ ଟ୍ରେନ
Mathura Junction: ସାରା ଦେଶ ରେ ଅନେକ ଯାତ୍ରୀ ଟ୍ରେନ ରେ ଯାତ୍ରା କରନ୍ତି। ତେବେ ସବୁ ଷ୍ଟେସନ ରେ ଟ୍ରେନ ସବୁ ସ୍ଥାନ କୁ ଯାତ୍ରା କରିନଥାଏ। କିଛି ଲୋକ ଦୂର ସ୍ଥାନ କୁ ଯିବା ପାଇଁ ହେଲେ ଗୋଟିଏ ଟ୍ରେନ ରେ ଯାଇ ପୁଣି ଥରେ ଅନ୍ୟ ଏକ ଷ୍ଟେସନ ରୁ ଭିନ୍ନ ଏକ ଟ୍ରେନ ଧରିଥନ୍ତି। ନଚେତ୍ ଅନ୍ୟ ମାନେ ବସ୍ କିମ୍ବା ଅଟୋ ର ସାହାଯ୍ୟ ନିଅନ୍ତି ନିଜର ସଠିକ୍ ସ୍ଥାନ ରେ ପହଞ୍ଚିବ ପାଇଁ।। ତେବେ ଆମେ ଆଜି ଏମିତି ଏକ ଜଙ୍କସନ୍ କଥା କହିବୁ ଯେଉଁଠୁ ଆପଣ ଦେଶର ସବୁ କୋଣକୁ ଯିବା ପାଇଁ ଟ୍ରେନ ଧରିପାରିବେ।
ଏହା ଏମିତି ଏକ ଜଙ୍କସନ ଯେଉଁଠି ଟ୍ରାକ କେବେ ବି ଖାଲି ରୁହେନି। ଏଠାରେ ୨୪ ଘଣ୍ଟା ଟ୍ରେନ ଯିବା ଆସିବ କରେ। ଆପଣ ଏଠାରୁ ଦେଶର ଯେକୌଣସି ସ୍ଥାନକୁ ଆରାମରେ ଯାଇପାରିବେ। ଦେଶର ସବୁଠୁ ବଡ଼ ରେଳ ଜଙ୍କସନ ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ରହିଛି। ଏହାର ନାମ ମଥୁରା ଜଙ୍କସନ୍।
ଏହା ଉତ୍ତର ମଧ୍ୟ ରେଲୱେ ଅନ୍ତର୍ଗତ ରହିଛି। ଏହା ମଧ୍ୟମରେ ପୂର୍ବ, ପଶ୍ଚିମ ,ଉତ୍ତର ଓ ଦକ୍ଷିଣ ଦିଗରେ ୭ଟି ଭିନ୍ନ ଭିନ୍ନ ରୁଟର ଟ୍ରେନ ଯାଇଥାଏ। ଏଠି ମୋଟ ୧୦ ଟି ପ୍ଲାଟଫର୍ମ ରହିଛି। ରାତି ଦିନ ଆପଣ କେବେ ବି ଏଠାକୁ ଆସନ୍ତୁ । ଆପଣ ଏଠାରେ ଶହ ଶହ ଟ୍ରେନ ଦେଖିବାକୁ ପାଇବେ । ଆପଣ ଏଠାରୁ ଦେଶର ସବୁ ସ୍ଥାନକୁ ଯାଇପାରିବେ ।
ଏଠାରେ ପ୍ରଥମେ ୧୮୭୫ ମସିହାରେ ଟ୍ରେନ ଯାଇଥିଲା। ସେହି ସମୟର ୪୭ ଟ୍ରେନ ଚାଲିଥିଲା। ଏହାପରେ ୧୮୮୯ ରେ ମଥୁରା ବୃନ୍ଦାବନ ମଧ୍ୟରେ ୧୧ କିଲୋମିଟର ଲମ୍ବା ମିଟର ଗେଜ୍ ଲାଇନ୍ ଆରମ୍ଭ ହୋଇଥିଲା। ରେଲୱେ ବିଭାଗ ର କହିବା ଅନୁଯାୟୀ ଏହି ଜଙ୍କସନ ସବୁଠୁ ଅଧିକ ବୁକିଂ ପାଇଥିବା ଦେଶର ୧୦୦ ଟି ରେଳ ଷ୍ଟେସନ ମଧ୍ୟରୁ ଏକ।
ଭାରତୀୟ ରେଳ ବିଭାଗ ଦୁନିଆରେ ୪ର୍ଥ ଏବଂ ଏସିଆର ଦ୍ୱିତୀୟ ସବୁଠୁ ବଡ଼ ରେଳ ନେଟଓ୍ଵାର୍କ। ଭାରତରେ ରେଳ ଷ୍ଟେସନର ସଂଖ୍ୟା ପାଖାପାଖି ୮ହଜାର। ଅଧିକାଂଶ ଲୋକ ରେଳ ଯାତ୍ରା କରିବା ପାଇଁ ପସନ୍ଦ କରିଥାନ୍ତି। ଏହା ଶସ୍ତା ସହ ଆରାମଦାୟକ ହୋଇଥାଏ।
ଟ୍ରେନ ଟିକେଟ ବୁକିଙ୍ଗ ଏବଂ ତାହାର ରଦ୍ଦ କରିବାର ନିୟମ ପ୍ରାୟ ସମସ୍ତଙ୍କୁ ଜଣା ଅଛି। ରେଳ ସେବା ସମ୍ବନ୍ଧରେ କିଛି ଏମିତି ନିୟମ ଅଛି ଯାହା ବିଷୟରେ ସମସ୍ତଙ୍କୁ ଜଣା ନାହିଁ ଏବଂ ସହଜରେ ଏହାର ସୂଚନା ମିଳେ ନାହିଁ । କିନ୍ତୁ ଯଦି ଏହି ନିୟମ ଆପଣଙ୍କୁ ଜଣା ପଡିଯାଏ ତେବେ ଏହା ଦ୍ବାରା ଆପଣଙ୍କୁ ବହୁତ ଫାଇଦା ମିଳିବ।
