fbpx

ମଥୁରା-ଶାହି ଇଦଗାହ ମାମଲା: ଶ୍ରୀକୃଷ୍ଣ ବିରାଜମାନଙ୍କ ଯାଚିକା ମଞ୍ଜୁର କଲେ ଜିଲ୍ଲା ଅଦାତଲ, ଜୁଲାଇ ୧ରେ ଶୁଣାଣି

ମଥୁରା: ମଥୁରାର ଜିଲ୍ଲା ଅଦାଲତ ଗୁରୁବାର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଶ୍ରୀକୃଷ୍ଣ ବିରାଜମାନର ଯାଚିକାକୁ ସ୍ଵୀକାର କରିଛନ୍ତି। ସିଭିଲ କୋର୍ଟରେ ପ୍ରାୟ ଦେଢ ବର୍ଷ ହେବ ଯାଚିକା ଉପରେ ଶୁଣାଣି ଚାଲିଥିଲା। ଆଜି ଜିଲ୍ଲା ଅଦାତଲ ଆଵେଦନକୁ ସ୍ଵୀକାର କରି ନେଇଛନ୍ତି। ଜୁଲାଇ ୧ରେ ଏହି ମାମଲାର ଶୁଣାଣି କରିବାକୁ କୋର୍ଟ ତାରିଖ ଧାର‌୍ୟ୍ୟ କରିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ସଭିଙ୍କ ନଜର ରହିଥିଲା।

ବାଦୀ ପକ୍ଷଙ୍କ ଓକିଲ ଗୋପାଲ ଖଣ୍ଡେଲଓ୍ଵାଲ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି ଯେ, ୨୦୨୦ ଡିସେମ୍ଵରରେ ସିଭିଲ୍ କୋର୍ଟ ଏହି କେସକୁ ଏହା ଦର୍ଶାଇ ଅସ୍ଵୀକାର କରିଥିଲେ ଯେ, ଏହା ରାଇଟ୍ ଇସ୍ୟୁ ନୁହେଁ। ଅର୍ଥାତ ଏହି ମାମଲାରେ କାହାରିକୁ ଦାବି କରିବାର ଅଧିକାର ନାହିଁ। ଏହା ପରେ ମାମଲା ଜିଲ୍ଲା ଜଜଙ୍କ ଅଦାଲତରେ ପହଞ୍ଚିଥିଲା। ଆଜି ଜିଲ୍ଲା ଅଦାଲତ ଆବେଦନାକରୀଙ୍କ ଯାଚିକାକୁ ସ୍ଵୀକାରକ କରି ମାମଲାର ଶୁଣାଣି ଜୁଲାଇ ୧ରେ କରିବାକୁ ତାରିଖ ଧାର‌୍ୟ୍ୟ କରିଛନ୍ତି।

ଆବେଦନରେ ୨.୩୭ ଏକର ଜମିକୁ ମୁକ୍ତ କରିବାକୁ ଦାବି କରାଯାଇଛି। କୁହାଯାଇଛି ଯେ, ଶ୍ରୀକୃଷ୍ଣ ବିରାଜମାନର ମୋଟ୍ ୧୩.୩୭ ଏକର ଜମି ମଧ୍ୟରୁ ପ୍ରାୟ ୧୧ ଜମି ଉପରେ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ରହିଛି। ଅନ୍ୟପଟେ ଶାହି ଇଦଗାହ ମସଜିଦ ୨.୩୭ ଏକର ଜମି ଉପରେ ସ୍ଥାପିତ ହୋଇଛି। ଏହି ୨.୩୭ ଏକର ଜମିକୁ ମୁକ୍ତ କରାଯାଇ ଶ୍ରୀକୃଷ୍ଣ ଜନ୍ମସ୍ଥାନରେ ସାମିଲ୍ କରିବାକୁ ଯାଚିକାରେ ଦାବି କରାଯାଇଛି। ଆବେଦନକାରୀ ପକ୍ଷ କହିଛନ୍ତି ଯେ, ଏହି ମାମଲାରେ ସଂସ୍ଥାକୁ ସାଲିସ୍ କରିବାର ଅଧିକାର ନାହିଁ। ଜମି ଠାକୁର ବିରାଜମାନ କେଶବ କଟରା ମନ୍ଦିର ନାମରେ ରହିଛି।

Get real time updates directly on you device, subscribe now.