fbpx

ବାତିଲ୍ ହେଲା ମାଟ୍ରିକ୍ ପରୀକ୍ଷା! ଜାଣନ୍ତୁ ଏନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨୧ା୪ (ଓଡିଶା ଭାସ୍କର): ମାଟ୍ରିକ ପରୀକ୍ଷାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ପରିଶେଷରେ ଦୂର ହୋଇଛି । ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଛି । ରାଜ୍ୟର ୬ ଲକ୍ଷ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ ନାହିଁ । ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତିରେ ପିଲାଙ୍କର ରେଜଲ୍ଟ ଆସିବ । ଯେଉଁ ଛାତ୍ରଛାତ୍ରୀମାନେ ଅସହମତି ପ୍ରକାଶ କରିବେ, କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ଦିବସରେ ସେମାନେ ପରୀକ୍ଷା ଦେଇପାରିବେ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସୂଚନାଯୋଗ୍ୟ ଯେ, ଗତକାଲି ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟି ପରୀକ୍ଷା ବିଷୟରେ ଅଭିଯୋଗ କରିଥିଲେ । ଗଣଶିକ୍ଷା ମନ୍ତ୍ରୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କୁ ମାଟ୍ରିକ ପରୀକ୍ଷା ସମ୍ପର୍କରେ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ପରୀକ୍ଷା ହେବ ନା ନାହିଁ ସେ ନେଇ ତର୍ଜମା କରାଯାଉଛି । ଯଦି ପରୀକ୍ଷା ବାତିଲ ହୁଏ, ତେବେ ଛାତ୍ରଛାତ୍ରୀଙ୍କୁ କିପରି ମାର୍କ ଦିଆଯିବ ସେ ନେଇ ବିଚାରବିମର୍ଷ ଚାଲିଛି ବୋଲି ଗଣଶିକ୍ଷା ମନ୍ତ୍ରୀ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.