Matric Exam: ଆସନ୍ତା ୧୯ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ, ଆଜିଠୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର
ଆସନ୍ତା ୧୯ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ । ସିସିଟିଭି ନଜରରେ ରହିବ ପରୀକ୍ଷା କେନ୍ଦ୍ର
ଭୁବନେଶ୍ବର: ସରିଲା ଅପେକ୍ଷା । ଘୋଷଣା ହେଲା ମାଟ୍ରିକ ପରୀକ୍ଷା ପାଇଁ ତାରିଖ। ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ତେବେ ବୋର୍ଡ ସଭାପତିଙ୍କ ଅନୁସାରେ, ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଯାହା ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ । ଏନେଇ ୩୦୮୨ ସେଣ୍ଟର ପ୍ରସ୍ତୁତ କରାଯାଇଛି ।
ସେପଟେ ଆଜିଠାରୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର । ଯେଉଁଥିରେ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଆଜିଠାରୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର । ଏନେଇ 49ଟି ଡେସପାଚ୍ ଟିମ୍ ଗଠନ କରାଯାଇଛି । ପ୍ରଶ୍ନପତ୍ର ପାଇଁ ସେମି ଡିଜି ଲକର ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରତି ନୋଡ଼ାଲ ସେଣ୍ଟରରେ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା ରହିବ ।
ସେହିପରି ପ୍ରଶ୍ନପତ୍ର ପାଇଁ ୩୨୨ଟି ନୋଡାଲ ସେଣ୍ଟର ସୃଷ୍ଟି କରାଯିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି । ଯେଉଁଥିରେ ସୁରକ୍ଷିତ ଭାବେ ପ୍ରଶ୍ନପତ୍ର ରଖିବାକୁ ବୋର୍ଡ ପକ୍ଷରୁ ଯୋଜନା କରାଯାଇଛି । ସମସ୍ତ ନୋଡାଲ ସେଣ୍ଟର ଗୁଡ଼ିକୁ ସିସିଟିଭି ନଜରରେ ରଖାଯିବ ।
ଚଳିତବର୍ଷ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷା କେନ୍ଦ୍ର ଗୁଡ଼ିକ ମଧ୍ୟ ସିସିଟିଭି ନଜରରେ ରହିବ । ତେବେ ପରୀକ୍ଷା ପାଇଁ ୧୦ ଦିନ ପୂର୍ବରୁ ପ୍ରଥମେ ଚାରୋଟି ଜିଲ୍ଲାକୁ ପ୍ରଶ୍ନ ପତ୍ର ପଠାଯିବ । ପରୀକ୍ଷା ପୂର୍ବରୁ ସମସ୍ତ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର କିପରି ପହଞ୍ଚିବ, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ବୋର୍ଡ ସଭାପତି ନିର୍ଦ୍ଦେଶ ଦେଇଛନ୍ତି ।
