fbpx

୧୬ ବର୍ଷ ବୟସରେ କ୍ୟାନ୍ସରକୁ ହରାଇଥିଲେ ଆଉ ଏବେ ପାକିସ୍ତାନକୁ ଧୂଳି ଚଟାଇଲେ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ସେମି ଫାଇନାଲ ମୁକାବିଲାରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା । ଅଷ୍ଟ୍ରେଲିଆର ଏହି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମାଥ୍ୟୁ ୱେଡ୍ । ଶାହିନ ଆଫ୍ରିଦିଙ୍କୁ ହ୍ୟାଟ୍ରିକ୍ ଛକା ମାରିଥିବା ୱେଡ ମାତ୍ର ୧୭ ବଲରୁ ୪୧ ରନ ସଂଗ୍ରହ କରିଥିଲେ । ତେବେ ଛକା ମାରି ଷ୍ଟାଇଲରେ ଦଳକୁ ଫାଇନାଲ ଲଢେଇରେ ପହଞ୍ଚାଇଥିବା ୱେଡଙ୍କ କ୍ରିକେଟିଂ ଯାତ୍ରା କିନ୍ତୁ ଅତ୍ୟନ୍ତ କଷ୍ଟସାଧ୍ୟ ରହିଥିଲା ।

ମାତ୍ର ୧୬ ବର୍ଷ ବୟସରେ କ୍ୟାନ୍ସରକୁ ହରାଇବାରେ ସଫଳ ହୋଇଥିବା ୱେଡ ପାକିସ୍ତାନକୁ ଏକ ପାଖିଆ ଭାବରେ ହରାଇ ଦେଇଛନ୍ତି । ୧୬ ବର୍ଷ ବୟସରେ ନିଜ ଅଣ୍ଡକୋଷରେ ଯନ୍ତ୍ରଣା ପରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । କ୍ୟାନ୍ସର ଜଣାପଡିବା ପରେ ଡାକ୍ତର କେମୋଥେରାପୀ ପାଇଁ ପରାମର୍ଶ ଦେଇଥିଲେ । ଦୁଇ ଦୁଇ ଥର କେମୋ ଥେରାପୀ ମଧ୍ୟ ନେଇଥିଲେ ୱେଡ୍ । ଏହି କାରଣ ପାଇଁ ୱେଡଙ୍କ ମୁଣ୍ଡର ସମସ୍ତ ବାଳ ମଧ୍ୟ ଝଡି ଯାଇଥିଲା । ଏହା ସହିତ ୱେଡଙ୍କ ଠାରେ ଆଉ ଏକ ଶାରୀରିକ ସମସ୍ୟା ମଧ୍ୟ ରହିଛି । ୱେଡ୍ ଜଣେ ବର୍ଣ୍ଣାନ୍ଧ । ଏହି କାରଣ ପାଇଁ ଦିବାରାତ୍ର ଟେଷ୍ଟରେ ତାଙ୍କୁ ସାମିଲ କରାଯାଇନଥାଏ । ଏହି ଇନିଂସ ପରେ ସୋସିଆଲ ମିଡିଆରେ କିଛି ଫ୍ୟାନ ଲେଖିଛନ୍ତି ଯଦି ଜୀବନ ଆପଣଙ୍କୁ ନିରାଶା ଦେଉଛି ତେବେ ୱେଡଙ୍କ ଭଳି ଆଗକୁ ବଢନ୍ତୁ ।

Get real time updates directly on you device, subscribe now.