fbpx

ସୁପ୍ରିମକୋର୍ଟର ବଡ ନିଷ୍ପତି: ମିଡିଆକୁ ଉଚ୍ଚ ନ୍ୟାୟାଳୟ ମାନଙ୍କରେ ରିପୋର୍ଟିଂ କରିବାକୁ ରୋକାଯାଇପାରିବ ନାହିଁ

ନୂଆଦିଲ୍ଲୀ, ୦୩ ।୦୫ : ସୁପ୍ରିମକୋର୍ଟ ଆଜି ଏକ ବଡ ନିଷ୍ପତି ନେଇଛନ୍ତି । ସେ ଆଜି ନିର୍ବାଚନ କମିସନରଙ୍କୁ କହିଛନ୍ତି ଯେ, ମିଡିଆକୁ ଉଚ୍ଚ ନ୍ୟାୟାଳୟରେ ରିପୋର୍ଟଂ କରିବାକୁ ରୋକାଯାଇ ପାରିବ ନାହିଁ । ସେଠାରେ ହେଉଥିବା ସମସ୍ତ ପ୍ରକାର ମୌଖିକ ଟିପ୍ପଣୀକୁ ମିଡିଆକୁ କଭର୍ କରିବାକୁ ଅନୁମତି ଦିଆଯିବ । କାରଣ ଗଣତନ୍ତ୍ରରେ ମିଡିଆ ହେଉଛି ଏକ ଶକ୍ତିଶାଳୀ ପ୍ରହରୀ । ତେଣୁ ଉଚ୍ଚ ନ୍ୟାୟାଳୟରେ ପ୍ରତିକ୍ଷଣରେ କଣ କଣ ନିଷ୍ପତି ନିଆଯାଉଛି ସେ ସବୁକୁ ରିପୋର୍ଟିଂ କରିବାକୁ ମିଡିଆକୁ ଅନୁମତି ମିଳିବ । ଏହାକୁ କେହି ରୋକିପାରିବେ ନାହିଁ ବୋଲି ନିର୍ବାଚନ କମିସନଙ୍କୁ କହିଛନ୍ତି । ତେଣୁ ନିର୍ବାଚନ କମିସନଙ୍କ ପକ୍ଷରୁ ହୋଇଥିବା ଆବେଦନ ଯେଉଁଥିରେ ଦର୍ଶାଯାଇଥିଲା ଯେ ମିଡିଆକୁ ଓରାଲ୍ ଅବଜରଭେସନ୍ର ରିପୋର୍ଟ କରିବାକୁ ରୋକାଯାଉ । ଏହି ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ସେ କହିଛନ୍ତି ଏହି ଆବେଦନ ଠିକ୍ ନୁହେଁ, ତେଣୁ ଏଥିପାଇଁ ଅନୁମତି ଦିଆଯିବ ନାହିଁ ।


ସୁଚନାଯୋଗ୍ୟ, ବିଚାରପତି ଡି ୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତା ବସିଥିବା ଖଣ୍ଡପୀଠରେ ଏ ସଂକ୍ରାନ୍ତରେ ନିଷ୍ପତି ନିଆଯାଇଛି । ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା ନିର୍ବାଚନ କମିସନଙ୍କ ଉପରେ ହୋଇଥିବା ହତ୍ୟା ଅଭିଯୋଗର ଟିପ୍ପଣୀକୁ ଚ୍ୟାଲେଞ୍ଜ କରି ମତଦାତା ପ୍ୟାନେଲ୍ ଦ୍ୱାରା କରାଯାଇଥିବା ଆବେଦନର ଶୁଣାଣି କରି ଏପରି କୁହାଯାଇଛି । କାରଣ କରୋନାର ଦ୍ୱିତୀୟ ଲହର ସମୟରେ ନିର୍ବାଚନ କମିସନଙ୍କ ପକ୍ଷରୁ ରାଜନୈତିକ ରାଲିକୁ ଅନୁମତି ଦେବା କଥାକୁ ନେଇ ମାଡ୍ରାସ୍ ହାଇକୋର୍ଟ ଖୁବ୍ କ୍ଷୋଭ ପ୍ରକାଶ କରିଥିଲେ ।

ମାଡ୍ରାସ ହାଇକୋର୍ଟ ନିର୍ବାଚନୀ ରାଲିରେ ଅସନ୍ତୁଷ୍ଟ ହୋଇ କହିଥିଲେ ଯେ, କରୋନାର ଦ୍ୱିତୀୟ ଲହର ସଂକ୍ରମଣ ପାଇଁ ନିର୍ବାଚନ କମିସନ ଏକକ ଭାବରେ ଦାୟୀ । ତେଣୁ ନିର୍ବାଚନ କମିସନର ଅଧିକାରୀ ମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ କରାଯିବା ଉଚିତ୍ । ଏହାପରେ ନିର୍ବାଚନ କମିସନଙ୍କ ପକ୍ଷରୁ ଭୋଟ ଗଣତି ସମୟରେ କୌଣସି ପ୍ରକାର ଶୋଭା ଯାତ୍ରା ହେବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଏହାପରେ ବି ଗତକାଲି ଭୋଟ ଗଣତିର ଫଳାଫଳ ପ୍ରକାଶ ନ ପାଉଣୁ ବିଭିନ୍ନ ଦଳର ସପକ୍ଷବାଦୀ ମାନେ ଉତ୍ସବ ମନାଇଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.