fbpx

ପ୍ରେମର କରୁଣ ପରିଣତି; SGT ୟୁନିଭର୍ସିଟି କ୍ୟାମ୍ପସ ବାହାରେ ଡାକ୍ତରୀ ଛାତ୍ରଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଳୀ: ଜାତୀୟ ରାଜଧାନୀ ନୂଆଦିଲ୍ଳୀରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପ୍ରେମ ବ୍ୟାପାରକୁ ନେଇ ଜଣେ ଡାକ୍ତରୀ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଗୁରୁଗ୍ରାମର ଏକ ଘରୋଇ ମେଡିକାଲ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ବାହାରେ ଏଭଳି ଘଟଣା ଘଟିଛି । ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଏହି ହତ୍ୟା ଘଟିଥିବା ନେଇ ଅନୁମାନ କରାଯାଉଛି । ପୋଲିସ ପକ୍ଷରୁ ଶବକୁ ଜବତ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଫାରୁଖ ନଗର ସ୍ଥିତ ଏସଜିଟି ୟୁନିଭର୍ସିଟି କ୍ୟାମ୍ପସ ବାହାରେ ଏହି ଘଟଣା ଘଟିଥିଲା । ଫାଇନାଲ ଇୟର ମେଡିକାଲ ଛାତ୍ର ବୀନିତଙ୍କୁ ହତ୍ୟା କରାଯାଇଥିଲା । ପ୍ରେମ ସମ୍ପର୍କକୁ ନେଇ ଆଉ ଜଣେ ଛାତ୍ର ଲକି ସହିତ ତାଙ୍କର ବିବାଦ ରହିଥିଲା । ଉଭୟ ଗୋଟିଏ ଝିଅକୁ ପ୍ରେମ କରୁଥିବା ବେଳେ ଶୁକ୍ରବାର ଉଭୟଙ୍କ ମଧ୍ୟରେ ବିବାଦ ହେବା ସହିତ ଲକି ଗୁଳି ଚଳାଇ ହତ୍ୟା କରିଥିଲା । ଏହି ଘଟଣା ପରେ ପୋଲିସ ୟୁନିଭର୍ସିଟିର କିଛି ଛାତ୍ରଙ୍କୁ ନେଇ ପଚରାଉଚୁରା କରୁଥିବା ଜଣାପଡିଛି ।

Get real time updates directly on you device, subscribe now.