fbpx

ଏଣିକି ହସ୍ପିଟାଲରେ ପାଠ ପଢିବେ ଡାକ୍ତରୀ ଛାତ୍ରଛାତ୍ରୀ ; ବଡ ହସ୍ପିଟାଲରେ ଖୋଲାଯାଇ ପାରିବ ମେଡିକାଲ କଲେଜ, ନିୟମ ଛାଡ କଲେ ସରକାର

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ବଡ ବଡ ହସ୍ପିଟାଲ ମଧ୍ୟ ସେମାନଙ୍କ ମେଡିକାଲ କଲେଜ ଖୋଲିବାକୁ ସକ୍ଷମ ହେବ। ଏଥିପାଇଁ କେନ୍ଦ୍ର ସରକାର ଦେଶର ବଡ ବଡ ଡାକ୍ତରଖାନାରୁ କିଛି ନିୟମ ଛାଡ କରିବାକୁ ପ୍ରତିଶୃତି ଦେଇଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୋମବାର ଦେଶର ଅନେକ ବଡ ବଡ ଡାକ୍ତରଖାନା ସହିତ ଏକ ବୈଠକ କରିଥିଲେ ଯେଉଁଥିରେ ଦେଶର ପ୍ରାୟ ୬୨ ଟି ବଡ ଡାକ୍ତରଖାନା ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଡାକ୍ତରଖାନାଗୁଡ଼ିକରେ ମେଡିକାଲ କଲେଜ ଖୋଲିବା ବିଷୟରେ ଆଲୋଚନା ହୋଇଥିଲା।

ଏମବିବିଏସ୍ ସିଟ୍ ବୃଦ୍ଧି ଏବଂ ବିଦେଶରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଛି। ଏହା ପଛରେ ଲକ୍ଷ୍ୟ ହେଉଛି ଦେଶରେ ଡାକ୍ତରୀ ଶିକ୍ଷାକୁ ଆହୁରି ସୁଲଭ କରିବା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବଡ଼ ବଡ଼ ହସ୍ପିଟାଲ ଗୁଡିକରେ ଡାକ୍ତରୀ ଶିକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ବାବଦରେ କେନ୍ଦ୍ର ସରକାର ମେଡିକାଲ କଲେଜ ଖୋଲିବା ପାଇଁ ବଡ ହସ୍ପିଟାଲ ଗୁଡିକୁ ଜମି ଯୋଗାଇ ଦେବା ସହ ଏବଂ କିଛିଟା ନିୟମକୁ କୋହଳ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.