fbpx

ପଳାତକ ଚୋକସିଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୩,୫୦୦ କୋଟି ଟଙ୍କା ଠକେଇ କରି ଦେଶ ଛାଡି ପଳାଇଥିବା ମେହୁଲ ଚୋକସିଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଚୋକସିଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଡୋମନିକାର ମାଜିଷ୍ଟ୍ରେଟ କୋର୍ଟ । ଡୋମନିକାରରେ ବେଆଇନ ଭାବେ ପ୍ରବେଶ କରିଥିବାରୁ ଚୋକସିଙ୍କ ଜାମିନ ଆବେଦନ ଖାରଜ ହୋଇଛି । ହାଇକୋର୍ଟରେ ଜାମିନ ଆବେଦନ ନେଇ ଚୋକସିଙ୍କ ଓକିଲ ବିଜୟ ଅଗ୍ରୱାଲ ସୂଚନା ଦେଇଛନ୍ତି । ଚୋକସି ମାମଲାରେ ଭାରତୀୟ ସମୟଅନୁସାରେ ସନ୍ଧ୍ୟା ୬ଟାରେ ଡୋମନିକା କୋର୍ଟରେ ପୁଣି ଶୁଣାଣି ହେବ ।

ଅନ୍ୟପଟେ ଚୋକସିଙ୍କୁ ସିଧାସଳଖ ଭାରତ ପ୍ରତ୍ୟର୍ପଣ ନେଇ ଚାଲିଛି ଉଦ୍ୟମ । ଭାରତକୁ ପ୍ରତ୍ୟର୍ପଣ ମାମଲାରେ ଆଜି ପୁଣି ଶୁଣାଣି ହେବ । ପଞ୍ଚାବ ନ୍ୟାସନାଲ ବ୍ୟାଙ୍କର ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଚୋକସି । ଭାରତରୁ ଆଣ୍ଟିଗୁଆ ଓ ସେଠାରୁ ଡୋମନିକା ପଳାୟନକୁ ନେଇ ତାଙ୍କ ନାଁରେ ମାମଲା ଚାଲିଛି ।

Get real time updates directly on you device, subscribe now.