fbpx

ପୁରୁଷମାନେ ଟାଇଟ୍ ଅଣ୍ଡରୱେର, ଡ୍ରଗ୍ସ, ଷ୍ଟେରଏଡ୍ସକୁ ଆଭଏଡ୍ କରନ୍ତୁ, ବୟସ ବଢ଼ିଲେ ଫର୍ଟିଲିଟି କମୁଛି: ରିସର୍ଚ୍ଚ ନ୍ୟୁଜ୍

ନୂଆଦିଲ୍ଲୀ: ପୁରୁଷ ଓ ମହିଳାଙ୍କ ଯୌନ ସମ୍ପର୍କକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ପୁରୁଷମାନେ ନିଜର ବୟସ ଓ ଫର୍ଟିଲିଟିକୁ ନେଇ ଅନେକ କଥା ଜାଣିବା ନିହାତି ଦରକାର । ପୁରୁଷମାନେ ୨୦ ବର୍ଷ ବୟସରେ ଉପନୀତ ହେବା ପରେ ସେମାନେ ସନ୍ତାନ, ପରିବାର ବିଷୟରେ କିଛି ଭାବି ନଥାନ୍ତି । ଜୀବନ ଥିବା ପର୍ଯ୍ୟନ୍ତ ସେମାନେ ପିତୃତ୍ୱ ଲାଭ କରିପାରିବେ ବୋଲି କିଛି ପୁରୁଷଙ୍କର ଧାରଣା ରହିଥାଏ ।

ଗତ ଦଶନ୍ଧି ମଧ୍ୟରେ ଅନେକ ଲୋକ ଅଧିକ ବୟସରେ ପିତାମାତା ହୋଇଛନ୍ତି । ପୁରୁଷମାନେ ଏବେ ପାଖାପାଖି ୩୪ ବର୍ଷ ବୟସରେ ପିତୃତ୍ୱ ଲାଭ କରୁଛନ୍ତି । ୧୯୭୯ରେ ଏହା ୨୯ ବର୍ଷ ଥିଲା । ତେବେ ଏଥିପାଇଁ ଅନେକ କାରଣ ଦାୟୀ । ଦୁର୍ବଳ ଅର୍ଥନୀତି ମଧ୍ୟରେ ଲୋକମାନେ ବାସଗୃହ କିଣିବା ନେଇ ନାନା ସମସ୍ୟାର ଶିକାର ହେଉଛନ୍ତି । ଉଭୟ ପୁରୁଷ ଓ ମହିଳାମାନେ ଲାଇଫକୁ ଭଲରେ ଉପଭୋଗ କରିବା ପାଇଁ ଅଧିକ ଦିନ ପର୍ଯ୍ୟନ୍ତ ଶିକ୍ଷା ଲାଭ କରୁଛନ୍ତି ।

ଏପରି ସ୍ଥିତିରେ ଲୋକମାନେ ପିଲାମାନଙ୍କ ସ୍ୱପ୍ନ ପୂରଣ କରିବାକୁ ଯାଇ ଅଧିକ ଚାପରେ ରହୁଛନ୍ତି । କିଛି ଲୋକଙ୍କର ୩୦ ବର୍ଷରେ ସନ୍ତାନ ହେଉଥିବା ବେଳେ ଆଉ କେତେକଙ୍କ କ୍ଷେତ୍ରରେ ଏହା ୪୦ ଟପିଯାଉଛି । କେବଳ ବୟସ୍କ ମହିଳାମାନେ ଫର୍ଟିଲିଟିର ଶିକାର ହେଉଛନ୍ତି ବୋଲି ଭ୍ରାନ୍ତ ଧାରଣ ରହିଥାଏ । ତେବେ ୪୦ ଟପିଲା ପରେ ପୁରୁଷଙ୍କ ଫର୍ଟିଲିଟି ପ୍ରଭାବିତ ହୋଇଥାଏ ବୋଲି ଜଣାପଡ଼ିଛି ।

ଏନେଇ ରିସର୍ଚ୍ଚର ମାନେ କହିଛନ୍ତି, ଅନେକ ପ୍ରକାରର ଜୀବନ ଶୈଳୀ ମଣିଷର ଫର୍ଟିଲିଟିକୁ ପ୍ରଭାବିତ କରିଥାଏ । ତେଣୁ ଧୂମପାନ ଓ ପ୍ରବଳ ମଦ୍ୟପାନଠାରୁ ଦୂରେଇ ରୁହନ୍ତୁ । ସୁସ୍ଥ ସ୍ପର୍ମ ଓ ଫର୍ଟିଲିଟି ପାଇଁ ସୁସ୍ଥ ଡାଏଟ୍ ନେବା ଆବଶ୍ୟକ । ଉଭୟ ପୁରୁଷ ଓ ମହିଳା ଏନେଇ ଭାବିବା ଦରକାର । ୨୦ ବର୍ଷ ବୟସ ପୂର୍ବରୁ ଟାଇଟ୍ ଅଣ୍ଡରୱେର, ଡ୍ରଗ୍ସ ଓ ଷ୍ଟେରଏଡସକୁ ଆଭଏଡ୍ କରିବା ଦରକାର ।

Get real time updates directly on you device, subscribe now.