fbpx

ରିସର୍ଚ୍ଚରୁ ବଡ ଖୁଲାସା; ପୁରୁଷଙ୍କ ନିକଟରେ ଅଧିକ ଥାଏ ବ୍ରେନ ଟ୍ୟୁମରର ଆଶଙ୍କା

ଭୁବନେଶ୍ୱର: ବ୍ରେନ ଟ୍ୟୁମର କୌଣସି ମୁହୂର୍ତ୍ତରେ ବି ଏକ ସାଂଘାତିକ ରୋଗର ରୂପ ନେଇପାରେ । ତେଣୁ ଏହା ବିଭିନ୍ନ ବର୍ଗର ଲୋକମାନଙ୍କ ପାଖରେ ଦେଖାଦିଏ ଯାହା ସେହି ବ୍ୟକ୍ତିଙ୍କ ପାଇଁ ବିପଦ ବୋଲି କୁହାଯାଏ । ତେବେ ବର୍ତ୍ତମାନ ଏକ ରିସର୍ଚ୍ଚରୁ ଏହି ରୋଗ ବିଷୟରେ ଅନେକ କଥା ଜଣାଯାଇଛି । ବ୍ରେନ ଟ୍ୟୁମର ସାଧାରଣତଃ ମହିଳାଙ୍କ ତୁଳନାରେ ପୁରୁଷଙ୍କ କ୍ଷେତ୍ରରେ ଅଧିକ ଦେଖଶଯାଏ । ମାତ୍ର ୩-୧୨ବର୍ଷର ଶିଶୁ ଏବଂ ୪୦-୭୦ ବର୍ଷର ଲୋକଙ୍କଠାରେ ଏହି ରୋଗ ହେବାର ଅଦିକ ସମ୍ଭାବନା ରହିଥାଏ । ତେବେ ମେନିନଜିଓମା ଭଳି ଟ୍ୟୁମର ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଅଧିକ ଦେଖା ଦେଇଥାଏ ।

ବ୍ରେନ ଟ୍ୟୁମର କ’ଣ?

ମସ୍ତିଷ୍କର କୌଣସି ବି ସ୍ଥାନରେ ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇଲେ, ଏହାକୁ ପ୍ରାଇମେରୀ ବ୍ରେନ ଟ୍ୟୁମର ବୋଲି କୁହାଯାଏ । ତେବେ ଏହା ମସ୍ତିଷ୍କ ବ୍ୟତୀତ ଅନ୍ୟ କୌଣସି ଅଙ୍ଗକୁ ପ୍ରଭାବିତ କରେନାହିଁ ଏବଂ ଏହା ମୁଖ୍ୟତଃ ବେନିନ କିମ୍ବା ମାଲିଗନାଣ୍ଟ ହୋଇଥାଏ । ବେନିନ ମସ୍ତିଷ୍କର ଏକ ନିର୍ଦ୍ଦିଷ୍ଟ ସୀମା ଭିତରେ ହିଁ ବୃଦ୍ଧି ହୋଇଥାଏ । ତେବେ ବ୍ରେନର କୌଣସି ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ ଦେଖାଦେଲେ, ଏହା ଭବିଷ୍ୟତରେ ଘାତକ ହୋଇପାରେ । କିନ୍ତୁ ମାଲିଗନାଣ୍ଟ ଏହାର ସମ୍ପୂର୍ଣ୍ଣ ବିପରୀତ । ଏହା ଖୁବ ଦ୍ରୁତ ଗତିରେ ବ୍ୟପିଥାଏ ।

ରୋଗର କାରଣ:

ସଲଭେଣ୍ଟ, ପେଷ୍ଟି ସାଇଡ, ତେଲ ଉତ୍ପାଦ ଖଶଦ୍ୟ, ରବର ଏବଂ ଭିନାଇଲ କ୍ଲୋରାଇଡ ଇତ୍ୟାଦି ବ୍ରେନ ଟ୍ୟୁମର ଆଶଙ୍କାକୁ ବୃଦ୍ଧି କରିଥାଏ । କେବଳ ସେତିକି ନୁହେଁ ଏହା ପାରବାରିକ ଜେନେଟିକ ଫ୍ୟାକ୍ଟର ଅନୁସାରେ ମଧ୍ୟ ସଂକ୍ରମିତ ହୋଇଥାଏ । ତେବେ ଏହା କେବଳ ୫ ପ୍ରତିଶତ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ମସ୍ତିଷ୍କରେ କୌଣସି ଏକ୍ସ-ରେ ଭଳି ଆଇଓନାଇଜିଙ୍ଗ ରେଡିଏସନ୍ ମଧ୍ୟ ବ୍ରେନ ଟ୍ୟୁମରର ଏକ ପ୍ରମୁଖ କାରଣ ହୋଇପାରେ ।

ବ୍ରେନ ଟ୍ୟୁମରର ଲକ୍ଷଣ:

ସକାଳେ ଅତ୍ୟଧିକ ମୁଣ୍ଡବିନ୍ଧା, ଝୁଣ୍ଟିବା, ସିଜର ସହିତ ଚାଲିବାରେ ଅସୁବିଦା ଏବଂ ମୁଣ୍ଡ ବୁଲାଇବା ବ୍ରେନ ଟ୍ୟୁମରର ପ୍ରମୁଖ ଲକ୍ଷଣ ହୋଇଥାଏ । ଏହାବ୍ୟତୀତ ଦୃଷ୍ଟିଶକ୍ତି ସମସ୍ୟା, ଠିକରେ କଥା ନ ହୋଇ ପାରିବା, ଶରୀରରେ ଗୋଟିଏ ଭାଗ ଦୁର୍ବଳ ଲାଗିବା କିମ୍ବା ଥକ୍କା ଲାଗିବା ଭଳି ଲକ୍ଷଣ ମଧ୍ୟ ବ୍ରେନ ଟ୍ୟୁମର ରୋଗରେ ହିଁ ଦେଖା ଦେଇଥାଏ ।

Get real time updates directly on you device, subscribe now.