fbpx

ପୁରୁଷ ହକି ବିଶ୍ୱକପ: ଆଉ କିଛି ସମୟ ପରେ ଭାରତ ଓ ଜାପାନ୍‍ ମଧ୍ୟରେ କ୍ଲାସିଫିକେସନ୍‍ ମ୍ୟାଚ

ରାଉରକେଲା: ଚଳିତ ଏଫ୍‍ଆଇଏଚ୍‍ ପୁରୁଷ ହକି ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଆଜି ଭାରତ ଜାପାନକୁ ଭେଟିବ। ରାଉରକେଲା ସ୍ଥିତ ଆନ୍ତର୍ଜାତିକ ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମରେ ଆଜି ସଂନ୍ଧ୍ୟା ୭ଟାରେ ଏହି କ୍ଲାସିଫିକେସନ ମ୍ୟାଚ୍‌ ଖେଳାଯିବ। ଉଭୟ ଭାରତ ଓ ଜାପାନ ଦଳ କ୍ରସ୍ ଓଭର ମ୍ୟାଚ୍‌ରେ ପରାଜିତ ହୋଇଥିଲେ। ଭାରତ କ୍ରସ୍ ଓଭର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ କ୍ୱାର୍ଟରଫାଇନାଲରୁ ବାଦ୍ ପଡିଥିଲା।

ଆସନ୍ତାକାଲି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ସେମିଫାଇନାଲ ମ୍ୟାଚ୍‍ ଖେଳାଯିବ। ସେମିଫାଇନାଲରେ ଅଷ୍ଟ୍ରେଲିଆ – ଜର୍ମାନୀକୁ ଭେଟୁôଥବାବେଳେ ଅନ୍ୟ ଏକ ମ୍ୟାଚ୍‍ରେ ବେଲଜିୟମ୍ – ନେଦରଲାଣ୍ଡସ ମଧ୍ୟରେ ମୁକାବିଲା ହେବ। ୨୯ ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ।

 

Get real time updates directly on you device, subscribe now.