fbpx

ଋତୁସ୍ରାବରେ ହେଉଛି କି ଅତ୍ୟଧିକ ବ୍ଲିଡିଂ: ଏମିତି କରନ୍ତୁ ଚିକିତ୍ସା

ନୂଆଦିଲ୍ଲୀ: ସାଧାରଣତ Period ଅପେକ୍ଷା ଯଦି ଅଧିକ Bleeding ହୁଏ ତାହାକୁ ମେନୋରେଜିଆ କୁହାଯାଏ । Period ସମୟରେ ସାଧାରଣତଃ ୩ ରୁ ୫ଦିନ ବା ଅତିବେଶୀରେ ୭ଦିନ Bleeding ହୁଏ ।ଯଦି ୭ ରୁ ଅଧିକଦିନ ରକ୍ତନିର୍ଗତ ହେଉଛି ତେବେ ତାକୁ ମେନୋରେଜିଆ ବୋଲି କୁହାଯାଏ ।
ଏହାର କାରଣ–ଶରୀରରେ ଓଷ୍ଟ୍ରେଜେନ ଓ ପ୍ରୋଜେଷ୍ଟରନ ହରମୋନ୍ ର ସନ୍ତୁଳନ ଠିକ୍ ନହେବା ଏହାର ମୁଖ୍ୟ କାରଣ ।
–ଏହାର ଅନେକ ଗୁଡିଏ କାରଣ ମଧ୍ୟ ଅଛି ।
ବେଳେବେଳେ ଋତୁସ୍ରାବ ମଧ୍ୟରେ ବ୍ୟବଧାନ ୧୫ ରୁ ୨୦ ଦିନ ମଧ୍ୟରେ ହୋଇ Bleeding ର ପରିମାଣ ଓ ସମୟସୀମା ଦିର୍ଘଦିନ ଯାକେ ହୋଇଥାଏ ।୧୫ ବର୍ଷରୁ ୫୦ ବର୍ଷ ଯାକେ କେଉଁ ବୟସରେ ବି ଏହା ହୋଇପାରେ ଏହାର କୌଣସି ନିର୍ଦ୍ଧିଷ୍ଠ ସମୟ ନଥାଏ ।
ଚିକିତ୍ସା:-
ଏହା ଲକ୍ଷଣ ଉପରେ ନିର୍ଭର କରେ କେଉଁ ଚିକିତ୍ସା ଦିଆଯିବ ।ସାଧାରଣତଃ Bleeding ର ପରିମାଣକୁ ଦେଖି ଡାକ୍ତର ଚିକିତ୍ସା ଆରମ୍ଭ କରନ୍ତି ।
@ ଏହା ଏକ ସାଧାରଣ ରୋଗ ଏଥିରେ ଭୟଭୀତ ହେବା କୌଣସି ଆବଶ୍ୟକ ନାହିଁ ।ମାତ୍ର ଏହାକୁ ଅବହେଳା କରିବା ଦ୍ବାରା ରୋଗୀର ଜୀବନ ବି ଯାଇପାରେ ।
@ଝିଅମାନଙ୍କୁ ସାନ୍ତ୍ବନା ,ବିଶ୍ରାମ ,ସୁଷମଖାଦ୍ୟ ଓ ଲୌହବଟିକା ଆଦି ଦିଆଯିବା ଉଚିତ୍ ।
@ଏହାକୁ ଦେବା ସହିତ ଉପଯୁକ୍ତ ପରିକ୍ଷା ଦ୍ବାରା ରୋଗର କାରଣ ଜଣାପଡେ ।
@କେବେ କେବେ TUMOR ଥିଲେ ବା infection ଥିଲେ ହୋଇଥାଏ ।
@ହରମୋନ ଯୋଗୁ ହେଉଥିବା ହେତୁ କେବେ କେବେ Herome ଦିଆଯାଏ ।
@Uterus cancer ଥିଲେ ମଧ୍ୟ ଏଭଳି ଲକ୍ଷଣ ଦେଖାଦିଏ ।
@Cervix cancer ଥିଲେ ମଧ୍ୟ ଅଧିକ Bleeding ହୋଇଥାଏ ।
@କ୍ୟାନସର ପ୍ରାୟତଃ ୪୫ ରୁ ୬୦ ବର୍ଷ ବୟସର ବୟସ ମହିଳାଙ୍କ ଠାରେ ଦେଖାଦିଏ ।
ଏଥିପାଇଁ ପରିକ୍ଷା ନିହାତି ଆବଶ୍ୟକ ।ଏପରି ଲକ୍ଷଣ ଥିଲେ ପ୍ରଥମେ ULTRASOUND କରି ଡାକ୍ତର ପରାମର୍ଶ ନିହାତି କରନ୍ତୁ ।
କିଛି ବୟସ୍କା ମହିଳା ହସ୍ପିଟାଲ କୁ ଆସନ୍ତି ଶେଷ ଅବସ୍ଥାରେ ଯେଉଁଟିକି କର୍କଟ ରୋଗ ଚତୁର୍ଥ ଷ୍ଟେଜ୍ କୁ ଚାଲିଯାଇଥାଏ ।History ପଚାରିଲେ କୁହନ୍ତି ଆମେ ଲାଜରେ କହିପାରୁନଥିଲୁ ଘରେ ଅଧିକ ଦେହ ଖରାପ ରୁ ମେଡିକାଲ ଆସିଲୁ ।
@ଅଧିକ ରକ୍ତ ନିର୍ଗତ ହେଲେ ପିଲାମାନଙ୍କୁ ସାନ୍ତ୍ବନା ଦେବା ସହ ଟ୍ରିଟମେଣ୍ଟ କରାନ୍ତୁ ।ଏହିସମୟରେ ପିଲାମାନଙ୍କ ମାନସିକ ସ୍ଥିତିକୁ ଭଲ ରଖନ୍ତୁ ।ସବୁକ୍ଷେତ୍ରରେ ମହିଳା ମାନଙ୍କୁ ଆକ୍ଷେପ ବା ସନ୍ଦେହଁ ଦୃଷ୍ଟିରେ ନଦେଖି ରୋଗ ସହ ରୋଗର କାରଣ ବୁଝନ୍ତୁ ।ଏବଂ ନିଜ ମା” ଭଉଣୀ ,ମାଉସୀ ଭାଉଜ ଏବଂ ନିଜ ସମ୍ପର୍କୀୟ ମାନଙ୍କୁ ସତର୍କ କରାଇବା ସହ ଏପ୍ରତି ଦୃଷ୍ଟି ଦିଅନ୍ତୁ ।

Get real time updates directly on you device, subscribe now.