fbpx

ଲଞ୍ଚ ହେଲା Mi 11 Ultra  : ଜାଣନ୍ତୁ କ’ଣ ରହିଛି ଏହାର ଫିଚର୍ସ ଏବଂ ଦାମ

Xiaomi ଭାରତରେ ଗତକାଲି ଆୟେଜିତ କରିଥିବା ମେଗା ଇଭେଣ୍ଟରେ Xiaomi X  ସିରିଜ ସ୍ମାର୍ଟଫୋନ ସହ Mi 11 Ultra  ସ୍ମାର୍ଟଫୋନ କୁ ମଧ୍ୟ ଲଞ୍ଚ କରିଥିଲା । ଲଞ୍ଚ ପୁର୍ବରୁ କଂପାନୀ ଏହି ଫୋନ ପାଇଁ ଜାରି କରିଥିବା ଟିଜରରେ ଏହାର ବିଶେଷ ଫଚର୍ସ ପାଇଁ କଂପାନୀ ଏହାକୁ ଏକ ସୁପରଫୋନ କହିଛି । ଭାରତରେ ଏହା କଂପାନୀର ସବୁଠାରୁ ଦାମୀ ଫୋନ । ତେବେ ଜାଣନ୍ତୁ କ’ଣ ରହିଛି ଏହି ଫୋନର ବିଶେଷତା ।

Xiaomi Mi 11 Ultra ର ଭାରତରେ ସିଙ୍ଗିଲ ଭ୍ୟାରିଏଣ୍ଟ 12GB+256GB ଭ୍ୟାରିଏଣ୍ଟର ଦାମ 69,990 ରହିଛି , ଏହା ବ୍ଲାକ ଏବଂ ହ୍ୱାଇଟ କଲରରେ ଉପଲବ୍ଧ ହେବ । ଖୁବ ଶୀଘ୍ର ଏହାର ବିକ୍ରି ଆରମ୍ଭ ହେବ ।

Xiaomi Mi 11 Ultra ର ସ୍ପେସିଫିକେସନ:

ଏହି ସ୍ମାର୍ଟଫୋନ Android 11 MIUI 12 ଦ୍ୱାରା ପରିଚାଳିତ । ଏଥିରେ 1700 nits ପିକ ବ୍ରାଇଟନେସ, 120Hz ରିଫ୍ରେଶ ରେଟ ଏବଂ 480Hz Touch Sampling ରେଟ ସହିତ 6.81 inchର WQHD+ E4 AMOLED Display ଦିଆଯାଇଛି । ଏହା ସହ ପଛରେ  126×294 ପିକ୍ସେଲ ରେଜୋଲ୍ୟୁସନର  1.1 inch ସ୍କ୍ରିନ ଦିଆଯାଇଛି ।

ଏହି ସ୍ମାର୍ଟଫୋନରେ 12GB LPDDR5 RAM, 256GB UFS 3.1 ଷ୍ଟୋରେଜ ଏବଂ Adreno 660 GPU ସହିତ Qualcomm Snapdragon 888 ପ୍ରୋସେସର ରହିଛି । Mi Ultra ରେ 5000 mAh ବ୍ୟାଟରୀ ସହ 67W ଫାଷ୍ଟ ଚାର୍ଜିଂର ସୁବିଧା ରହିଛି ।  ଏହା ସହ ଗ୍ରହକଙ୍କୁ ଏଥିରେ 10Wର ରିଭର୍ସ ୱାୟେରଲେସ ଚାର୍ଜିଂର ସପୋର୍ଟ ମଧ୍ୟ ରହିଛି ।

ଫଟୋଗ୍ରାଫୀ ପାଇଁ ଏଥିରେ ରହିଛି ଟ୍ରିପଲ ରିୟର କ୍ୟାମେରା ସେଟଅପ । ଏହାର ପ୍ରାଇମେରୀ କ୍ୟାମରା 50 MP ରିହିଥିବାବେଳେ । 48 MP ୱାଇଡ ଆଙ୍ଗଲ କ୍ୟାମେରା ଏବଂ 120X Digital Zoom ସହିତ 48 MP କ୍ୟାମେରା ଦିଆଯାଇଛି । ସେଲ୍ପି ପାଇଁ ଏଥିରେ 20 MP ର କ୍ୟାମରା ରହିଛି । ଏଥିରେ Multi Point Laser Focus ର ମଧ୍ୟ ସୁବିଧା ରହିଛି ।

ଫୋନରେ 5G, ଡୁଆଲ ବ୍ୟାଣ୍ଡ Wi-Fi 6, Bluetooth v5.2, ଏବଂ USB Type-C ସି ସପୋର୍ଟ ରହିଛି । ଏଥିରେ IR Blaster ଏବଂ In-Display Fingerprint ସେନ୍ସର ରହିଛି ।

Get real time updates directly on you device, subscribe now.