fbpx

ଭାରତରେ ଲଞ୍ଚ ହେଲା Mi 11X, Mi 11X Pro ଦାମ 29,999ରୁ ଆରମ୍ଭ, ଜାଣନ୍ତୁ ଫିଚର୍ସ

ନୂଆ ଦିଲ୍ଲୀ, ୨୩/୦୪: Xiaomi ଆଜି ଭାରତରେ ଏକ ବଡ ଇଭେଣ୍ଟର ଆୟୋଜନ କରିଥିଲା । ଏହି ଭର୍ଚୁଆଲ ଇଭେଣ୍ଟରେ କଂପାନୀ Mi 11 Ultra ସ୍ମାର୍ଟଫୋନ Mi QLED TV 75 ସହ  Mi 11X ସିରିଜକୁ ଲଞ୍ଚ କରିଛି । Mi 11X ସିରିଜରେ କଂପାନୀ Mi 11X ଏବଂ Mi 11X Pro କୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଦୁଇଟିଯାକ ଫୋନରେ ଅନେକ କିଛି ସମାନତା ରହିଛି । ହେଲେ ଦୁଇଟି ମଧ୍ୟରେ ପ୍ରୋସେସର ଏବଂ କ୍ୟାମେରାରେ ପାର୍ଥକ୍ୟ ରହିଛି ।

ଭାରତରେ Mi 11Xର 6GB+ 128GB  ଭ୍ୟାରିଏଣ୍ଟର ଦାମ 29,999 ଟଙ୍କା ଏବଂ 8GB+128GB ଭ୍ୟାରିଏଣ୍ଟର ଦାମ 31,999 ରହିଛି । ଏହାର ପ୍ରଥମ ସେଲ ୨୭ ଏପ୍ରିଲରେ ହେବାକୁ ଯାଉଛି । ଗ୍ରାହକ ଏହାକୁ Amazon ଏବଂ, ସାଓମିର ଅଫିସିଆଲ ୱେବସାଇଟ ଏବଂ ଅଫଲାଇନ ଷ୍ଟୋରରୁ କିରି ପାରିବେ ।

ସେହିଭଳି Mi 11X Proର 8GB+128GB ଭ୍ୟାରିଏଣ୍ଟର ଦାମ 39,999 ଟଙ୍କା ଏବଂ 8GB+256GB ଭ୍ୟାରିଏଣ୍ଟର ଦାମ 41,999  ରହିଛି । ଏହାର ବିକ୍ରି ୨୪ ଏପ୍ରିଲ ଠାରୁ ଆରମ୍ଭ ହେବାକୁ ଯାଉଛି । ଦୁଇଟି ଯାକ ଫୋନରେ ଗ୍ରାହକଙ୍କୁ ସେଲେସ୍ଟିଆଲ ସିଲଭର, ଫ୍ରୋଷ୍ଟି ହ୍ୱାଇଟ ଏବଂ କସ୍ମିକ ବାଇଟ କଲରରେ ଉପଲବ୍ଧ ହେବ ।

 

Mi 11X, Mi 11X Pro ର ସ୍ପେସିଫିକେସନ:

Mi 11X, Mi 11X Pro ର ସ୍ପେସିଫିକେସନ ପ୍ରାୟତଃ ସମାନ । ଦୁଇଟି ଯାକ ସ୍ମାର୍ଟଫୋନରେ 120 Hz ରିଫ୍ରେଶ ରେଟ ଦେଖିବାକୁ ମିଳିବ । 360 Hz ର Sampling ରେଟ ଏବଂ 1300 nits ପିକ ବ୍ରାଇଟନେସ ସହିତ 6.67 inchର Full HD+ E4 AMOLED ଡିସପ୍ଲେ ଦିଆଯାଇଛି । ଏହା ସହ ଡିସପ୍ଲେରେ HDR 10+ ର ସପୋର୍ଟ ରହିଛି ।

Mi 11X ରେ Adreno 650 GPU ସହିତ Qualcomm Snapdragon 870 ପ୍ରୋସେସର ରହିଛି । ସେହିଭଳି, Mi 11X Pro ରେ Adreno 660 GPU ସହିତ Qualcomm Snapdragon 888 ପ୍ରୋସେସର ଦିଆଯାଇଛି । ଦୁଇଟି ଯାକ ଫୋନରେ ସାଇଡ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି । ଫଟୋଗ୍ରାଫୀ ପାଇଁ ଦୁଇଟି ଯାକ ଫୋନରେ ଟ୍ରିପଲ ରିୟର କ୍ୟାମେରା ରହିଛି ।

Mi 11X ରେ 48MP ପ୍ରାଇମେରୀ କ୍ୟାମେରା, 8MP ଅଲଟ୍ରା ୱାଇଡ ଆଙ୍ଗେଲ କ୍ୟାମେରା ଏବଂ 5MP ମାକ୍ରୋ କ୍ୟାମେରା ଦିଆଯାଇଛି । Mi 11X Pro 108 MP ପ୍ରାଇମେରୀ କ୍ୟାମେରା, 8MP ଅଲଟ୍ରା ୱାଇଡ ଆଙ୍ଗେଲ କ୍ୟାମେରା ଏବଂ 5MP ମାକ୍ରୋ କ୍ୟାମେରା ରହିଛି । ସେହିଭଳି ଦୁଇଟିଯାକ ସ୍ମାର୍ଟଫୋନରେ ସେଲ୍ଫି ପାଇଁ 20MP ର ଫ୍ରଣ୍ଟ କ୍ୟାମେରା ରହିଛି ।

Mi 11X ରେ Bluetooth v5.1 ଏବଂ Mi 11X Proରେ Bluetooth v5.2 ଏବଂ Wi-Fi 6e ର ସପୋର୍ଟ ରହିଛି । 33W  ର ଫାଷ୍ଟ ଚାର୍ଜିଂ ସପୋର୍ଟ ସହ  4520mAh ର ବ୍ୟାଟେରୀ ଦିଆଯାଇଛି । ଏହା ସହ ଉଭୟ ଫୋନରେ Dolby Atmos ସପୋର୍ଟ ସହିତ ଡୁଆଲ ସ୍ପିକର ରହିଛି ।

Get real time updates directly on you device, subscribe now.