fbpx

ମାଲକାନଗିରି ବନାଞ୍ଚଳ ଦ୍ବାରା ପକ୍ଷୀ ଗଣନା : ଏ ବର୍ଷ ଦୁଇ ପ୍ରଜାତି ବିଦେଶାଗତ ପକ୍ଷୀ ଆଗମନ ।

ମାଲକାନଗିରି,  ୫ା୧ (ଓଡିଶା ଭାସ୍କର) :   ମାଲକାନଗିରି ସଦର ମହକୁମା ଠାରୁ ୫ କି.ମି ଦୂରରେ ସତୀଗୁଡା ଜଳ ଭଣ୍ଡାର l ସୁନୀଳ ବିସ୍ତିର୍ଣ୍ଣ ଢେଉ ଢେଉକା ଜଳ ରାଶିରେ ଜାତି ଜାତିକ ଜଳଚର ବିହଙ୍ଗଙ୍କ କାକଳୀ ଦର୍ଶକମାନଙ୍କୁ ବିମୋହିତ କରିଥାଏ l ସତୀଗୁଡା ଜଳଭଣ୍ଡାରକୁ ଲାଗି ପରିବେଶୀୟ ପର୍ଯ୍ଯଟନ ସ୍ଥଳୀ l ଏହି ଶୀତ ଋତୁରେ ପର୍ଯ୍ଯଟକଙ୍କ ଭିଡ ଜମୁଥାଏ ବଣ ଭୋଜି ପାଇଁ l ବିସ୍ତର୍ଣ୍ଣ ନୀଳ ଜଳ ରାଶିରେ ନୌକା ବିହାର ସହ ନାନା ରଙ୍ଗର ଜଳ ଚରପକ୍ଷୀ ପଂକ୍ତିଙ୍କ ସନ୍ତରଣ ଦର୍ଶକମାନଙ୍କ ଚିତ୍ତକୁ ପ୍ରକୃତିକ ସୌନ୍ଦର୍ଯ୍ଯରେ ବିମୋହିତ କରୁଥାଏ l ଏଣୁ ଏଠି ଜନ ସମାଗମ ହୋଇ ଥାଏ କେବଳ ପ୍ରକୃତିକ ଅପରୂପକୁ ଉପଭୋଗ କରିବା ପାଇଁ l

ଶୀତ ଋତୁର ଆଗମନ ହେଲେ ପକ୍ଷୀ ଗଣନା କାର୍ଯ୍ଯ ଆରମ୍ଭ ହୋଇଥାଏ l ଏହି ପରିପ୍ରେକ୍ଷୀରେ ଆଜି ମାଲକାନଗିରି ବନାଞ୍ଚାଳ କର୍ମଚାରୀଙ୍କ ଦ୍ବାରା ନିକଟସ୍ଥ ସତୀଗୁଡା ଜଳ ଭଣ୍ଡାରରେ ପକ୍ଷୀଗଣନା କାର୍ଯ୍ଯ ସମାପ୍ତ ହୋଇଯାଇଛି l ପ୍ରତି ବର୍ଷ ପରି ୨୦୨୧ ଜାନୁଆରୀ ପ୍ରଥମ ସପ୍ତାହରେ ପକ୍ଷୀ ଗଣନା କାର୍ଯ୍ଯ ବନ ବିଭାଗ ଦ୍ବାରା ଅନୁଷ୍ଠିତ ହୋଇଥାଏ l ମାଲକାନଗିରି ନିକଟସ୍ଥ ସତୀଗୁଡା ଜଳ ଭଣ୍ଡାରରେ ଏ ବର୍ଷ ୨ ହଜାର ୧୪୯ ଗୋଟି ବିଭିନ୍ନ ପ୍ରଜାତିର ପକ୍ଷୀ ଗଣନା କରାଯାଇଛି l ତନ୍ମଧ୍ଯରୁ ନୂତନ ଭାବେ ଦୁଇ ଗୋଟି ପ୍ରଜାତିର ବିଦେଶାଗତ ପକ୍ଷୀ ସତୀଗୁଡା ଜଳ ଭଣ୍ଡାରରେ ଦେଖିବାକୁ ମିଳିଛି l ପ୍ରାପ୍ତ ସୂଚନା ଅନୁସାରେ ପାଣି କୁଆ ୭୫ଟି, ଛୋଟ ପାଣିକୁଆ ୧୩୫ଟି ,ପାଣି ବଗ ୭ଟି , ବଗ ୧୧୦ଟି, ବଡ ବଗ ୧୪ଟି, ଛୋଟ ପାଣି ଡୁବୁକି ୧୫୩ଟି, ମାଟିଆ ଡୁବୁକି ୭୫୧ଟି, ହଂସରାଳୀ ୫୫୫ଟି , ସାରସ ୧୩ଟି, ଟିଟିଆଁ ୫ଟି, ଗୁଡି ପକ୍ଷୀ ୨୦୩ଟି, କଜଳ ପାତି ୧୮ଟି, ବିଦେଶାଗତ ପକ୍ଷୀ ୯୦ଟି, ଅନ୍ଯ ପ୍ରଜାତିର ବିଦେଶାଗ ପକ୍ଷୀ ୨୦ଟି ଗଣନା କରାଯାଇଛି l

୨୦୧୯ ମସିହାରେ ୨ ହଜାର ୧୧୭ଟି, ୨୦୨୦ ମସିହାରେ ୧୫୮୮ଟି ପକ୍ଷୀ ସତୀଗୁଡା ଜଳ ଭଣ୍ଡାରରେ ଗଣନା କରାଯାଇଥିଲା l ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୫୬୧ଟି ପକ୍ଷୀ ସଂଖ୍ଯା ସତୀଗୁଡା ଜଳ ଭଣ୍ଡାରରେ ବୃଦ୍ଧି ପାଇଛି l ଏହି ପକ୍ଷୀ ଗଣନା କାର୍ଯ୍ଯରେ ଏସିଏଫ ଶ୍ରୀକାନ୍ତ ନାୟକ, ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ, ବନପାଳ ମୂରଲୀଧର ଅନଗୁଳିଆ, ମୋହନ ଗୁଡିଆ, ରାଜେଶ କୁମାର ସେଠୀ, ହୃଷିକେଶ ପାଣିଗ୍ରାହୀ, ବନରକ୍ଷୀ ରବି ନାରାୟଣ ଖଣ୍ଡୁଆଳ, ପି.ସନ୍ତୋଷ କୁମାର, ମନତୋଷ ଦେଓ ଏବଂ ସାରୁ କୱାସୀ ଯୋଗ ଦେଇଥିଲେ l

ଏହି ସମୟରେ,ଓଡିଶାର ଚିଲିକା ହ୍ରଦରେ ପକ୍ଷୀ ଜନସଂଖ୍ୟା ଗତ ଦୁଇ ଦଶନ୍ଧି ମଧ୍ୟରେ ସର୍ବାଧିକ ଛୁଇଁଛି ଏବଂ ଦେଶର ବୃହତ୍ତମ ଉପକୂଳବର୍ତ୍ତୀ ଲାଗୁନର ବାର୍ଷିକ ପକ୍ଷୀ ଜନଗଣନା ସମୟରେ ଅଧିକାରୀମାନେ ପ୍ରାୟ 11.4 ଲକ୍ଷ ପକ୍ଷୀ ଆକଳନ କରିଛନ୍ତି।

Get real time updates directly on you device, subscribe now.