fbpx

ଇଣ୍ଡଲଜରେ “ମିଲ୍କ ଶେକ୍ ହେୟାର ସ୍ପା” ସେବାର ଶୁଭାରମ୍ଭ

ଭୁବନେଶ୍ୱର : ଆନ୍ତର୍ଜାତୀୟ ହେୟାର କେୟାର ବ୍ରାଣ୍ଡ୍ “ମିଲ୍କ ଶେକ୍ ହେୟାର ସ୍ପା” ପ୍ରଥମଥର ପାଇଁ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଥିବା ଇଣ୍ଡଲ୍‌ଜ ସାଲୁନ୍‌ରେ ଲଞ୍ଚ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଅତିଥି ଭାବେ ଓଲିଉଡ଼୍ ଅଭିନେତ୍ରୀ ଭୂମିକା ଦାଶ, ଇଣ୍ଡଲଜ୍‌ର ପ୍ରତିଷ୍ଠାତା ସୁକିର୍ତ୍ତୀ ପଟ୍ଟନାୟକ ଓ ଆବସ୍ୟୁଲୁଟ୍ ବ୍ୟୁଟି କନ୍‌ସେପ୍ଟର ନିର୍ଦ୍ଦେଶକ ୟାସେସ୍ ଭରୱାର୍ଡ଼ା ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ ।

ଏହି ବ୍ରାଣ୍ଡ୍ ଏକ ଅନନ୍ୟ ସ୍ପା ସେବା ଯୋଗାଇଥାଏ, ଯାହା ସୁନ୍ଦର ଓ ସୁସ୍ଥ କେଶ ପ୍ରତି ଧ୍ୟାନ ଦେଉଥିବା ଗ୍ରାହକମାନଙ୍କୁ ଏକ ସମୃଦ୍ଧ ଅଭିଜ୍ଞତା ପ୍ରଦାନ କରିଥାଏ । ଉତ୍ପାଦର ସୂତ୍ର, ଗୁଣବତ୍ତା, ଉପାଦାନ, ସୁଗନ୍ଧ ଏବଂ ସେବା ଅଭିଜ୍ଞତା ବଜାରରେ ନିୟମିତ କେଶ ସ୍ପା ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସେବା ଗ୍ରହଣ କରିଥିବା ଗ୍ରାହକମାନେ ଏନେଇ ସକରାତ୍ମକ ମତାମତ ଦେଇଛନ୍ତି । ଏହି ଅବସରରେ ଶ୍ରୀ ଭରୱାର୍ଡ଼ା କହିଛନ୍ତି ଯେ ଓଡ଼ିଶାରେ “ମିଲ୍କ ଶେକ୍ ହେୟାର ସ୍ପା” ପରି ଏକ ଆନ୍ତର୍ଜାତୀୟ ବ୍ରାଣ୍ଡ ଲଞ୍ଚ କରି ଆମେ ଖୁସି । ଏଠାରେ ଗ୍ରାହକମାନଙ୍କୁ ଏକ ଅନନ୍ୟ ଅଭିଜ୍ଞତା ପ୍ରଦାନ କରିବା ଯୋଗୁ ଆମେ ନିଜକୁ ଗର୍ବିତ ମନେକରୁଛୁ । ଏହି କାର୍ୟ୍ୟକ୍ରମରେ ସୁକିର୍ତ୍ତୀ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶାରୁ ଜନ୍ମ ହୋଇଥିବା ଏକ ବ୍ରାଣ୍ଡ ଭାବରେ ଆମେ ଅନନ୍ୟ ସଂସ୍କୃତି ଓ ମୂଲ୍ୟବୋଧକୁ ମିଶ୍ରଣ କରି ସେବା ଯୋଗାଇ ଚାଲିଛୁ ।

ବିଶ୍ୱର ବିଭିନ୍ନ ସ୍ଥାନରୁ ବିଭିନ୍ନ ଉତ୍କୃଷ୍ଟ ସେବା ଓଡ଼ିଶାକୁ ଆଣିବାରେ ଆମେ ଆଉ ଏକପାଦ ଆଗକୁ ବଢି ଇଣ୍ଡଲଜ୍‌ରେ ମିଲ୍କ ଶେକ୍ ହେୟାର୍ ସ୍ପାର ଶୁଭାରମ୍ଭ କରିଛୁ । ଇଣ୍ଡଲଜ୍‌ରେ ଏହି ବ୍ରାଣ୍ଡ୍ ଲଞ୍ଚ କରିଥିବାରୁ ଆମେ ଭୂମିକା ଦାସଙ୍କୁ ଧନ୍ୟବାଦ ଜ୍ଞାପନ କରୁଛୁ । ଆମକୁ ଓଡ଼ିଶାର ୫୦ ରୁ ଅଧିକ ପ୍ରଭାବଶାଳୀ ବ୍ୟକ୍ତି ସମର୍ଥନ କରିଛନ୍ତି ଯେଉଁମାନେ ଏହି ସେବାକୁ ଅନୁଭବ କରିଛନ୍ତି ଏବଂ ମିଲ୍କ ଶେକ୍ ହେୟାର ସ୍ପାକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରୁଛନ୍ତି । ଭୂମିକା ଦାସ ଓଡ଼ିଶାରେ ରେମାଞ୍ଚକର ଉତ୍ପାଦ ଏବଂ ସେବା ଆରମ୍ଭ କରିଥିବାରୁ ସୁକିର୍ତ୍ତୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସମସ୍ତେ ଏହି ସେବାକୁ ଅନୁଭବ କରନ୍ତୁ ଏବଂ ପ୍ରାରମ୍ଭିକ ୫୦ ପ୍ରତିଶତ ରିହାତି ଅଫର୍‌ର ଲାଭ ଉଠାନ୍ତୁ ।

Get real time updates directly on you device, subscribe now.