fbpx

କାନ୍ଥ ତାଡ଼ି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି, ଦେଖନ୍ତୁୁ ଭିଡିଓ

ଅନେକ ସମୟରେ ଚୋରି କରିବାର ଅଭିନବ ଉପାୟ ଆପଣାଇଥାନ୍ତି । କେତେବେଳେ ଝରକା ତାଡ଼ି ତ କେତେବେଳେ ବନ୍ଧୁକ ଦେଖାଇ । ତେବେ ଏଭଳି ଏକ ଲୁଟ ଘଟଣା ଦେଖିବାକୁ ମିଳିଛି, ଯେଉଁଠାରେ ଦୋକାନ କାନ୍ଥ ଭାଙ୍ଗି ହୋଇଛି ବଡ଼ ଧରଣର ଲୁଟ୍ ।

ସୂଚନା ଅନୁଯାୟୀ ଗଞ୍ଜାମ କବିସୂର୍ଯ୍ୟନଗର ଏକ ଜୁଏଲାରୀ ଦୋକାନରେ ହୋଇଛି ଚୋରି । ଦୋକାନର ସିସିଟିଭିକୁ ନଷ୍ଟ କରିବାକୁ ମଧ୍ୟ ଉଦ୍ୟମ କରାଯାଇଛି । ବୁଧବାର ରାତିରେ ଦୁର୍ବୁତ୍ତମାନେ ଦୋକାନ ପଛରେ ଥିବା କାନ୍ଥ ଖୋଳି ଭିତରେ ପଶି ସୁନା, ରୂପା, ଟଙ୍କା ସହ ଅନ୍ୟାନ୍ୟ ଜିନିଷ ଚୋରି କରି ନେଇଥିବା ଆଜି ଦୋକାନ ମାଲିକ ଭକ୍ତ ଚରଣ ନାୟକ ଥାନାରେ ଏତଲା ଦେବା ପରେ କବିସୂର୍ଯ୍ୟନଗର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିବା ସହ ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ ଚାଲିଛି । ୨୫୦ ଗ୍ରାମ ସୁନା ଅଳଂକାର, ପ୍ରାୟ ୩୦ କେଜି ରୂପା ନେଇଯିବା ସହ ଦୋକାନ ଜିନିଷ ଭାଙ୍ଗି ଛିନ ଭିନ କରି ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ ।

Get real time updates directly on you device, subscribe now.