fbpx

ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ନେଇ ଜାରିହେଲା ତାଲିକା, ଜାଣନ୍ତୁ କେଉଁ ମନ୍ତ୍ରୀ କେଉଁଠି

ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ଆସନ୍ତା ଜାନୁଆରୀ ୨୬ ତାରିଖରେ ରାଜ୍ୟବ୍ୟାପି ପାଳିତ ହେବାକୁ ଯାଉଛି ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ରାଜ୍ୟର କେଉଁ ସ୍ଥାନରେ କେଉଁ ମନ୍ତ୍ରୀ ପତାକା ଉତ୍ତୋଳନ କରିବେ ସେ ନେଇ ତାଲିକା ପ୍ରସ୍ତୁତ କରାଯାଇଛି ।

ସୂଚନା ଅନୁଯାୟୀ, କଟକରେ ନିରଞ୍ଜନ ପୂଜାରୀ, ପୁରୀରେ ବିକ୍ରମକେଶରୀ ଆରୁଖ, ଅନୁଗୁଳରେ ପ୍ରଫୁଲ୍ଲ ମଲ୍ଲିକ, କଳାହାଣ୍ଡିରେ ରଣେନ୍ଦ୍ର ସ୍ୱାଇଁ, ଗଞ୍ଜାମରେ ପଦ୍ମନାଭ ବେହେରା, ବାଲେଶ୍ୱରରେ ପ୍ରତାପ ଜେନା, ରାୟଗଡ଼ରେ ଅରୁଣ ସାହୁ, କନ୍ଧମାଳରେ ସୁଦାମ ମାରାଣ୍ଡି, ମୟୁରଭଞ୍ଜରେ ସୁଶାନ୍ତ ସିଂହ, ବରଗଡ଼ରେ ନବକିଶୋର ଦାସ, ସମ୍ବଲପୁରରେ ଟୁକୁନି ସାହୁ, ନୟାଗଡ଼ରେ ଜଗନ୍ନାଥ ସାରକା, କେନ୍ଦୁଝରରେ ଦିବ୍ୟଶଙ୍କର ମିଶ୍ର, ଯାଜପୁରରେ ଅଶୋକ ପଣ୍ଡା, ବଲାଙ୍ଗିରରେ ସମୀର ଦାଶ, ସୁନ୍ଦରଗଡ଼ରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କୋରାପୁଟରେ ପ୍ରେମାନନ୍ଦ ନାୟକ, ନବରଙ୍ଗପୁରରେ ରଘୁନନ୍ଦନ ଦାସ, ଗଜପତିରେ ପଦ୍ମିନୀ ଦିଆନ ପତାକା ଉତ୍ତୋଳନ କରିବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.