fbpx

ଶିମିଳିପାଳ ଜଙ୍ଗଲରେ ନିଆଁ ଘଟଣା ନେଇ କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର, ୩ା୩ (ଓଡିଶା ଭାସ୍କର): ଗତ ତିନି ଦିନ ଧରି ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଲାଣି । ଏହାଦ୍ୱାର ବହୁ ଔଷଧୀୟ ବୃକ୍ଷ ଓ ବନ୍ୟଜନ୍ତୁ ପୋଡ଼ି ହୋଇ ମରିବା ସହ ପ୍ରାକୃତିକ ସମ୍ପଦ ନଷ୍ଟ ହୋଇଛି । ଏହି ଘଟଣାରେ ସ୍ଥାନୀୟ ଲୋକେ ଓ ଜଙ୍ଗଲି ଜନ୍ତୁ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ଶିମିଳିପାଳକୁ ଏକ ଟିମ୍ ପଠାଯାଇଛି । ପିସିସିଏଫ୍ ୱାଇଲ୍ଡ ଲାଇଫ୍ ଟିମ୍ ଘଟଣାର ଅନୁଧ୍ୟାନ କରିବେ । କିପରି ଓ କାହିଁକି ନିଆଁ ଲାଗିଲା ତାହା ଅନୁଧ୍ୟାନ କରିବା ସହ ପଦକ୍ଷେପ ନେବେ । ଆସନ୍ତା କାଲି ପିସିସିଏଫ୍ ଏନେଇ ରିପୋର୍ଟ ପ୍ରଦାନ କରିବ । ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଏହି ଘଟଣା ନେଇ ଉଦବେଗ ପ୍ରକାଶ କରିଥିଲେ । କୌଣସି ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ନ ହେବା ନେଇ ସେ ଟ୍ୱିଟ୍ କରିଥିଲେ ।

Get real time updates directly on you device, subscribe now.