ନଦୀ ପଠାରେ ନାବାଳିକାର ଇଜ୍ଜତ ଝୁଣି ଖାଇଲେ ୫ ଦୁବୃର୍ତ୍ତ; ଦୁଷ୍କର୍ମର ଭିଡ଼ିଓ ସୁଟ କରିବା ସହ, ପୁରୁଷ ବନ୍ଧୁକୁ ଗଛରେ ବାନ୍ଧିଲେ …
ଭୁବନେଶ୍ବରର ଧଉଳିରେ ଚାଞ୍ଚଲ୍ୟକର ଘଟଣା । ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ନାବାଳିକାଙ୍କୁ ନଦୀ ପଠାରେ ଗଣ ଦୁଷ୍କର୍ମ ।
ଭୁବନେଶ୍ବର: ଭୁବନେଶ୍ବରର ଧଉଳିରେ ଚାଞ୍ଚଲ୍ୟକର ଘଟଣା । ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ନାବାଳିକାଙ୍କୁ ନଦୀ ପଠାରେ ଗଣ ଦୁଷ୍କର୍ମ । ୨ ଜଣ ଗିରଫ ହୋଇଥିବାବେଳେ ବାକି ଏବେ ବି ଫେରାର ।
ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ପୁରୁଷବନ୍ଧୁଙ୍କ ସହ ନଦୀ ପଠାରେ ବୁଲୁଥିଲା ବେଳେ ଜଣେ ନାବାଳିକା ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି । ଗତ ୧୦ ତାରିଖରେ ଦୟାନଦୀ କୂଳରେ ବୁଲୁଥିବା ବେଳେ ୫ ଜଣ ଦୁବୃର୍ତ୍ତ ପୁରୁଷ ବନ୍ଧଙ୍କୁ ବାନ୍ଧି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁଧରିବାକୁ ଚେଷ୍ଟା କରୁଥିବା ଜଣା ପଡିଛି । ସେପଟେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ।
ରାଜଧାନୀ ଭୁବନେଶ୍ୱରରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି. ଗୋପାଳପୁର ଗଣ ଦୁଷ୍କର୍ମ ଘଟଣାର ରିପିଟ ହୋଇଛି । ପ୍ରେମିକକୁ ବାନ୍ଧି ନାବାଳିକା ପ୍ରେମିକାଙ୍କୁ ଗଣ ଦୁଷ୍କର୍ମ କରିଛନ୍ତି ଦୁବୃର୍ତ୍ତ। କେଵଳ ସେତିକି ନୁହେଁ ଗଣ ଦୁଷ୍କର୍ମ ବେଳର ଭିଡିଓ ମୋବାଇଲ ରେ ସୁଟ କରି ଭାଇରଲ କରିବାର ଧମକ ବି ଦେଇଛନ୍ତି।
ନାବାଳିକା ଜଣକ ଯେତେ ନେହୁରା ହୋଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣି ନଥିଲେ । ଆଉ ଗଣ ଦୁଷ୍କର୍ମ ବେଳର ଭିଡିଓ ମୋବାଇଲରେ ସୁଟ କରିଥିଲେ । ପ୍ରାୟ ଅଢେଇ ଘଣ୍ଟା ଧରି ଯୁବକଙ୍କୁ ବାନ୍ଧିବା ସହ ନାବାଳିକାଙ୍କ ସହ ଏଭଳି ନାରକୀୟ କାଣ୍ଡ ଘଟାଇଥିଲେ ।
ଏହାପରେ ୧୧ ତାରିଖରେ ନାବାଳିକା ଧଉଳି ଥାନାରେ ଅଭିଯୋଗ କରିଥିଲେ । ଘଟଣାରେ ପୋଲିସ ଦୁଇଜଣ ଙ୍କୁ ଗିରଫ କରି ଜେଲ ପଠାଇଛି । ଗିରଫ ଦୁଇଜଣ ହେଉଛନ୍ତି କଟକ ବାଙ୍କୀ ଅଂଚଳର ବିଭୁ ପ୍ରସାଦ ମିଶ୍ର ଓ ଖଣ୍ଡଗିରି ଫୁଲେଶ୍ୱରୀ ବସ୍ତିର କାଳନ୍ଦୀ ପାତ୍ର । ଉଭୟ ଜେଲ ଫେରନ୍ତା ବୋଲି ପୋଲିସ ତଦନ୍ତରୁ ଜଣା ପଡିଛି ।
