fbpx

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ: ଆତ୍ମଘୋଷିତ ବାବା ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜନୈକ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜନୈକ ଆତ୍ମଘୋଷିତ ବାବାଙ୍କୁ ଗିରଫ କରାଯାଇଛି । ମେଳା ଦେଖିବାକୁ ଯାଇଥିବା ନାବାଳିକା ଦିବ୍ୟାଙ୍ଗ ଯୁବତୀଙ୍କୁ କେହି ଦୁଷ୍କର୍ମ କରି ଜଙ୍ଗଲରେ ଫୋପାଡି ଦେଇଥିଲେ । ଏହି ଘଟଣାରେ ପୋଲିସରେ ଅଭିଯୋଗ ପରେ ତଦନ୍ତ କରାଯାଇଥିଲା । ପୋଲିସ ତଦନ୍ତରେ ବାବାଙ୍କ ସମ୍ପୃକ୍ତି ଜଣାପଡିଥିଲା ।

ଆତ୍ମଘୋଷିତ ବାବା ଜେଠାରାମ ମୁର୍ମୁଙ୍କ ସମ୍ପୃକ୍ତି ଜଣାପଡିବା ପରେ ପୋଲିସ ପକ୍ଷରୁ ଭଣ୍ଡ ବାବାକୁ ଗିରଫ କରାଯାଇଛି । ପୂର୍ବରୁ ଗାଁ କମିଟି ପକ୍ଷରୁ ଘଟଣାକୁ ଚାପି ଦେବାକୁ ପ୍ରୟାସ କରାଯାଇଥିଲା । ବଡସାହି ଗାଁ କମିଟି ଜୋରିମାନା କରି ଏହାକୁ ଲୁଚାଇବାକୁ ଚେଷ୍ଟା କରିଥିଲା । ତେବେ ପୀଡିତା ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ପରେ ବାସ୍ତବ ଘଟଣା ସାମ୍ନାକୁ ଆସିଛି । ୨୩ ତାରିଖ ଦିନ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ । ଗାଁ କମିଟି ପକ୍ଷରୁ ୯୦ ହଜାର ଟଙ୍କା ଫାଇନ ପକାଇ ଘଟଣା ଚପାଇ ଦେବାକୁ ଉଦ୍ୟମ କରିଥିଲା ।

Get real time updates directly on you device, subscribe now.