fbpx

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଜୁନାଗଡ଼ (ଭାସ୍କର ନ୍ୟୁଜ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଲିଗୁଡା ଗ୍ରାମର ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ପୀଡିତା ପିତାଙ୍କ ଅଭିଯୋଗ ଅନୁଯାୟୀ ସିନାପାଲି ଅଞ୍ଚଳର ପପୁ କଟା (୨୪) ତାଙ୍କ ୧୭ ବର୍ଷର ନାବାଳିକା ଝିଅକୁ ଗତ ୧୨ ତାରିଖ ଦିନ କୌଶଳ କ୍ରମେ କେଉଁ ଆଡେ ନେଇଯାଇ ଦୁଷ୍କର୍ମ କରିଥିଲା । ପରିବାର ଲୋକେ ଏହା ଜାଣିପାରି ଜୁନାଗଡ଼ ଥାନାରେ ଏକ ଏତଲା ଦେଇଥିଲେ । ଏହାକୁ ଭିତ୍ତିକରି ଜୁନାଗଡ଼ ପୋଲିସ ଅଭିଯୁକ୍ତ ପପୁକୁ ଗିରଫ କରିବାରେ ସଫଳ ହୋଇଥିଲା । ଉଭୟଙ୍କୁ ଡାକ୍ତରୀ ମଇନା କରାଯାଇ ଅଭିଯୁକ୍ତ ପପୁକୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.