fbpx

ନାବାଳିକାକୁ ୫ ମାସର ଗର୍ଭବତୀ କରି ଫେରାର ଥିଲେ ବୃଦ୍ଧ, ମୋବାଇଲ ଟ୍ରାକିଂ କରି ନୟାଗଡ଼ରୁ ଧରିଲା ପୋଲିସ

ତିହିଡ଼ି (ଭାସ୍କର ନ୍ୟୁଜ୍‌): ତିହିଡି ଥାନା କାଁ ଡା ପଞ୍ଚାୟତ ଅଧିନ ମଠସାହି ଗ୍ରାମର ଜଣେ ନାବାଳିକାକୁ ୫ ମାସର ଗର୍ଭବତୀ କରି ଦୀର୍ଘ ଦେଢ଼ମାସ ହେବ ଫେରାର ହୋଇ ପୁଲିସକୁ ଚକମା ଦେଖଉଥିବା ବୃଦ୍ଧ ମାୟାଧର ଦାସ ଓରଫ କାର୍ତ୍ତିକ (୬୦)କୁ  ତିହିଡ଼ି ପୁଲିସ ନୟାଗଡ଼ ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି । ଦୀର୍ଘ ଦେଢ଼ମାସ ଧରି ମାୟାଧର ପୁଲିସକୁ ଚକମା ଦେଖାଇ କେତେବେଳେ କଲିକତା ତ କେତେ ବେଳେ ଭୁବେନଶ୍ୱର ପୁଣି କେତେ ବେଳେ ନୟାଗଡ଼ ଅଞ୍ଚଳକୁ ଚାଲି ଯାଉଥିଲା । ତେବେ ଗତକାଲି ମାୟାଧର ନୟାଗଡ଼ ଜିଲାର ଫତେଗଡ଼ ଅଞ୍ଚଳରେ ଥିବା ମୋବାଇଲ ଟ୍ରାକିଂରୁ ପୁଲିସ ଜାଣିବାକୁ ପାଇଥିଲା । ପରେ ତିହିଡ଼ି ଥାନା ଆଇଆଇସି ତପନ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ବନମାଳି ବାରିକ ସଦଳବଳେ ଫତେଗଡରେ ପହଞ୍ଚିସ୍ଥାନୀୟ ସ୍ଥାନୀୟ ସରପଞ୍ଚ ଓ ଅଞ୍ଚଳବାସୀଙ୍କ ସହଯୋଗରେ ଅଭିଯୁକ୍ତ ମାୟାଧରକୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ତେବେ ଶୁକ୍ରବାର ସକାଳେ ମାୟାଧରକୁ ତିହିଡ଼ି ଥାନା ଅଣାଯାଇ ଡାକ୍ତରୀ ମାଇନା ପରେ କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ମଠସାହି ଗ୍ରାମର ଜନୈକ ନାବାଳିକାଙ୍କ ଘରେ କେହି ନଥିବାର ସୁଯୋଗ ମାୟାଧର ଦାସ ଦୀର୍ଘ ଦିନ ଧରି ଜଣେ ନାବାଳିକାଙ୍କ ଘରକୁଯଇ ବିଭିନ୍ନ ଆଳ ଦେଖାଇ ଦୁଷ୍କର୍ମ କରିଆସୁଥିଲା । ତେବେ ନାବାଳିକା ଜଣକ ୫ମାସର ଗର୍ଭବତୀ ହେବା ଜାଣିବା ପରେ ବୃଦ୍ଧଙ୍କୁ ଏ ସମ୍ପର୍କରେ କହିଥିଲେ । ଅଭିଯୁକ୍ତ ମାୟାଧର ଏହି ଘଟଣାରେ ତାଙ୍କ ପୁଅ ସମ୍ପୃକ୍ତ କହିଦେବୁ ବୋଲି ନାବାଳିକାକୁ କହିବା ସହ ତାଙ୍କ ନାମ ପ୍ରକାଶ କଲେ ଜୀବନରୁ ମାରିଦେବ ବୋଲି ଧମକ ଦେଇ ଫେରାର ହୋଇ ଯାଇଥିଲେ । ନାବାଳିକାର ଅଭିଯୋଗ କ୍ରମେ ପୁଲିସ ମାୟାଧରଙ୍କ ବିରୋଧରେ କେଶ ନଂ ୨୮୫/୨୧ରେ ବିଭିନ୍ନ ଦଫାରେ ଏକ ମାଲାର ରୁଜୁ କରି ତଦନ୍ତ ଚଳାଇଥିଲା ।

Get real time updates directly on you device, subscribe now.