fbpx

ବ୍ଲାକ୍ ଫଙ୍ଗସ୍ ପରେ ମୁଣ୍ଡବ୍ୟଥାର କାରଣ ପାଲଟିଛି MIS-C

ନୂଆଦିଲ୍ଲୀ: କରୋନା ଚିକିତ୍ସିକଙ୍କ ପାଇଁ ବ୍ଲାକ ଫଙ୍ଗସ ପରେ ଏବେ ପିଲାମାନଙ୍କଠାରେ ଦେଖାଦେଉଥିବା ମଲ୍ଟି-ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ(MIS-C) ଚିନ୍ତାର କାରଣ ପାଲଟିଛି । ଏହି ସିଣ୍ଡ୍ରୋମ ଅନେକ ଅଙ୍ଗକୁ ପ୍ରଭାବିତ କରିଥାଏ । ସାଧାରଣତଃ ଏହାର ଲକ୍ଷଣ କରୋନାରୁ ସୁସ୍ଥ ହେବାର କିଛି ସମୟ ପରେ ଦେଖାଯାଉଛି । ମହାମାରୀ କରୋନାରୁ ସୁସ୍ଥ ହୋଇଥିବା ପିଲାମାନେ ଏହି ନୂଆ ସଂକ୍ରମଣର ଶୀକାର ହେବାର ଅଧିକ ଆଶଙ୍କା ରହିଛି ।

ଫୋର୍ଟିସ ହେଲଥ କେୟାରର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଯୋଗେଶ କୁମାର ଗୁପ୍ତା କହିଛନ୍ତି ଯେ, ଏହା ଜୀବନ ପ୍ରତି ବିପଦପୂର୍ଣ୍ଣ ବୋଲି ମୁଁ କହିପାରିବି ନାହିଁ, କିନ୍ତୁ ନିଶ୍ଚିତ ଭାବରେ ଅନେକ ଥର ଏହି ସଂକ୍ରମଣ ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଇଛି । ଏହା ପିଲାଙ୍କର ହାର୍ଟ, ଯକୃତ ଏବଂ କିଡନୀକୁ ବିଶେଷ ଭାବରେ ପ୍ରଭାବିତ କରିପାରେ । ଏହି ସଂକ୍ରମଣ କୋଭିଡ-୧୯ ହେବାର ଚାରିରୁ ଛଅ ସପ୍ତାହ ପରେ ହୋଇଥାଏ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, କୋଭିଡ-୧୯ ଠାରୁ ଲଢ଼ିବା ପାଇଁ ଶରୀରରେ ସୃଷ୍ଟି ହୋଇଥିବା ଆଣ୍ଟିଜେନର ପ୍ରତିକ୍ରିୟା ଯୋଗୁଁ ଏହି ସଂକ୍ରମଣ ହେଉଛି । ପିଲାଙ୍କଠାରେ ସାଧାରଣତଃ ସାମାନ୍ୟ ଲକ୍ଷଣ ଦେଖାଯାଇଥାଏ କିନ୍ତୁ ଥରେ ସେମାନେ କୋଭିଡ-୧୯ରୁ ସୁସ୍ଥ ହେବାପରେ ପିଲାଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ ଏବଂ ଏହି ଆଣ୍ଟିପଡି ପ୍ରତିକ୍ରିୟା ଦେଖାଇପାରେ । ଏହା ପିଲାମାନଙ୍କ ଶରୀରରେ ଆଲର୍ଜି ଭଳି ହୋଇଥାଏ । ଡାକ୍ତରଙ୍କ କହିବା ଅନୁଯାୟୀ ଅନ୍ୟ ଦେଶରେ କୋଭିଡ ସଂକ୍ରମଣ ଶୀର୍ଷରେ ପହଞ୍ଚିବା ପରେ MIS-C ର ଡକ୍ୟୁମେନଣ୍ଟେସନ କରାଯଇଛି । ପୂର୍ବ ବର୍ଷ ଫୋର୍ଟିସ ହେଲଥ କେୟାରକୁ ଏମିତି ତିନିଟି କେସ୍ ଆସିଥିଲା ଏବଂ ଦ୍ୱିତୀୟ ଳହର ପରେ ଦୁଇଟି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିସହ କରୋନା ଭାଇରସର ଶିଖରରେ ପହଞ୍ଚିବା ପରେ ଏହି MIS-C ମାମଲା ବଢ଼ିବା ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି ।

ଭାରତୀୟ ଜନସ୍ୱାସ୍ଥ୍ୟ ଫାଉଣ୍ଡେସନର ଜଣେ ମହାମାରୀ ବିଶେଷଜ୍ଞ ତଥା କୋଭିଡ-୧୯ ବୈଷୟିକ ପରାମର୍ଶଦାତା କମିଟିର ସଦସ୍ୟ ଡା. ଗିରିଧର ଆର ବାବୁଙ୍କ ସୂଚନା ଅନୁଯାୟୀ ହସ୍ୱିଟାଲରେ ଦେଖାଯାଉଥିବା ଲକ୍ଷଣ ଓ ଆକ୍ରାନ୍ତଙ୍କୁ ନେଇ ତାହା ଜନସଂଖ୍ୟା ସ୍ତର ଉପରେ ଆକଳନ କରିବା ଠିକ ନୁହେଁ । MIS-C ଅଧ୍ୟୟନର ମହତ୍ତ୍ୱକୁ ମଧ୍ୟ କମ କରାଯାଇପାରିବ ନାହିଁ । ଏହାର ଅଧିକ ଅନୁସନ୍ଧାନ କରିବା ଆବଶ୍ୟକ ରହିଛି ।

Get real time updates directly on you device, subscribe now.