fbpx

ଖଣ୍ଡାରେ କେକ୍ କାଟିଲେ ଦୁଷ୍କର୍ମ ଅଭିଯୁକ୍ତ ରାମ ରହୀମ୍; ଭାଇରାଲ ହେଉଛି ଭିଡ଼ିଓ

ନୂଆଦିଲ୍ଲୀ- ପୁଣି ଚର୍ଚ୍ଚାରେ ଡ଼େରା ସଚ୍ଚା ମୁଖ୍ୟ ଗୁରୁମିତ ରାମ ରହୀମ୍ । ବର୍ତ୍ତମାନ ସେ ଜେଲରୁ ପାରୋଲ ଆସିଥିବା ବେଳେ ଏକ ଭିଡ଼ିଓ ଭାଇରାଲ ହୋଇଛି । ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ଏକ ଉତ୍ସବରେ ସେ ଖଣ୍ଡାରେ କେକ୍ କାଟୁଛନ୍ତି । ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଛି । ହରିୟାଣାର ରୋହତକ ଜିଲ୍ଲାର ସୁନାରିଆ ଜେଲରେ ଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗରେ ସେରସା-ଡ଼େରା ୨୦ ବର୍ଷ ଜେଲ ଦଣ୍ଡ ଭୋଗିଛନ୍ତିଏବଂ ସେ ଏବେ ୪୦ ଦିନ ପାରୋଲରେ ଆସିଛନ୍ତି । ଜେଲରୁ ମୁକୁଲିବା ପରେ ସେ ଉତ୍ତରପ୍ରଦେଶର ବାଗପାଟରେ ଥିବା ବରନୱା ଆଶ୍ରମରେ ପହଞ୍ଚିଥିଲେ ।

ତେବେ ତାଙ୍କ ଜାମିନ ଆବେଦନ ପତ୍ରରେ ରାମ ରହୀମ କହିଛନ୍ତି ଯେ ଆସନ୍ତା ଜାନୁଆରୀ ୨୫ରେ ପୂର୍ବତମ ଡ଼େରା ମୁଖ୍ୟ ଶାହ ସତନାମ ସିଂଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ସେ ଯୋଗ ଦେବାକୁ ଚାହୁଁଛନ୍ତି । ୫ ବର୍ଷ ପରେ ଏହି ପରି ଉତ୍ସବ ପାଳନ କରିବାକୁ ସୁଯୋଗ ମିଳିଛି ତେଣୁ ପାଞ୍ଚଟି କେକ୍ କାଟିବା ଉଚିତ୍ ।ଏହା ହେଉଛି ପ୍ରଥମ କେକ୍ ବୋଲି ଡ଼େରା ମୁଖିଆ ରାମ୍ ରହୀମ କହିଛନ୍ତି କିନ୍ତୁ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିବା ଏବଂ ଖଣ୍ଡାରେ କେକ୍ କାଟିବା ଏହା ନିଷେଧ ବୋଲି ଭୁଲି ଯାଇଛନ୍ତି ।

Get real time updates directly on you device, subscribe now.