ମିସ୍ ୱର୍ଲ୍ଡର ମଞ୍ଚରେ ହୃଦୟ ଜିତିଲେ ଭାରତୀୟ ସୁନ୍ଦରୀ ନିକିତା
୭୩ ତମ ମିସ ୱର୍ଲ୍ଡ ୨୦୨୬ ପ୍ରତିଯୋଗିତା ଭିଏତନାମରେ ଆୟୋଜିତ ହେଉଛି। ଏଥିରେ ସାରା ବିଶ୍ୱରୁ ଆସିଥିବା ୧୧୧ ଜଣ ସୁନ୍ଦରୀ ଅଂଶଗ୍ରହଣ କରୁଛନ୍ତି
ନୂଆଦିଲ୍ଲୀ: ମିସ୍ ୱର୍ଲ୍ଡ ପ୍ରତିଯୋଗିତାରେ ଚମକିଲେ ଭାରତର ୨୪ ବର୍ଷୀୟା ସୁନ୍ଦରୀ ନିକିତା ପୋରୱାଲ। ନିଜର ସୌନ୍ଦର୍ଯ୍ୟ, ଷ୍ଟାଇଲ୍ ଓ ଆକର୍ଷଣୀୟ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଛନ୍ତି। ୱେଲକମ୍ ଡିନର ଓ ଶୁଭାରମ୍ଭ କାର୍ଯ୍ୟକ୍ରମରେ ନିକିତାଙ୍କ ଗ୍ଲାମରସ୍ ଅବତାର ଦେଖି ବିଚାରପତି ଚକିତ ହୋଇଛନ୍ତି। ତାଙ୍କ ଲକ୍ସ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିିଛି।
୭୩ ତମ ମିସ ୱର୍ଲ୍ଡ ୨୦୨୬ ପ୍ରତିଯୋଗିତା ଭିଏତନାମରେ ଆୟୋଜିତ ହେଉଛି। ଏଥିରେ ସାରା ବିଶ୍ୱରୁ ଆସିଥିବା ୧୧୧ ଜଣ ସୁନ୍ଦରୀ ଅଂଶଗ୍ରହଣ କରୁଛନ୍ତି। ନିକଟରେ ଭିଏତନାମର ହାଇ ଫୋଙ୍ଗ ସହରରେ ପ୍ରତିଯୋଗିତା ଶୁଭାରମ୍ଭ ହୋଇଛି। ଏଥିରେ ଭାରତରୁ ଭାଗ ନେଛନ୍ତି ମିସ ଇଣ୍ଡିଆ ୱର୍ଲ୍ଡ ନିକିତା ପୋରୱାଲ ଭାବନା ରାଓ।
ନିକିତାଙ୍କ ଗାଉନରେ ଝଲସିଲା ‘ତାରା’!: ମିସ ୱର୍ଲ୍ଡ ପ୍ରତିଯୋଗିତାରେ ନିକିତା ଶୋଲ୍ଡରଲେସ ଷ୍ଟାଇଲ୍ର ଏକ ଆଇଭରି ଶିମରି ଗାଉନ ପିନ୍ଧିଥିଲେ। ଗାଉନ୍ରେ ଥିବା ସ୍ପାର୍କଲିଂ ଏବଂ କ୍ରିଷ୍ଟାଲ ପ୍ୟାଟର୍ନ୍ ଷ୍ଟେଜ୍ ଓ କ୍ୟାମେରାର ଆଲୋକରେ ଏପରି ଚମକୁଥିଲା, ଯେପରି ନିକିତା ନିଜ ଦେହରେ ତାରାଗୁଡ଼ିକୁ ଗୁଡ଼ାଇ ଦେଇଛନ୍ତି। ତାଙ୍କ ଗାଉନ୍ ଆଲୋକକୁ ରିଫ୍ଲେକ୍ଟ କରି ସମସ୍ତଙ୍କ ନଜର ଆକର୍ଷଣ କରୁଥିଲା। ଏହି ଗାଉନ୍ରେ କ୍ରିଷ୍ଟାଲ୍ ଓ ବିଡ୍ସ୍ରେ ହାତରେ ସୂକ୍ଷ୍ମ ଏମ୍ବ୍ରଏଡରି କରାଯାଇଥିଲା। ଏପରି ଭାବେ କାରୁକାର୍ଯ୍ୟ କରାଯାଇଥିଲା ଯେ, ନିକିତା ଚାଲିବା ସମୟରେ ପ୍ରତ୍ୟେକ କ୍ରିଷ୍ଟାଲ୍ ଆଲୋକରେ ଚିକମିକ୍ କରୁଥିଲା। ସମ୍ପୂର୍ଣ୍ଣ ଗାଉନ୍କୁ ସିଲଭର୍, ଆଇଭରି ଓ ଶ୍ୟାମ୍ପେନ୍ ଗୋଲ୍ଡର ଲେୟରରେ ସଜା ଯାଇଥିଲା।
ହେଭି ଆଉଟଫିଟ୍ ସହ ମିନିମାଲ୍ ଆକ୍ସେସରିଜ: ଏତେ ହେଭି ଓ ରୟାଲ୍ ଆଉଟଫିଟ୍ ଯୋଗୁଁ ନିକିତା ନିଜ ଲୁକ୍କୁ ଆକର୍ଷଣୀୟ ରଖିଥିଲେ। ସେ ମ୍ୟାଚିଂ ହିଲ୍ସ, ଷ୍ଟେଟମେଣ୍ଟ ଇୟରରିଙ୍ଗ୍ସ, ରିଙ୍ଗ୍ ଓ ଏକ ପତଳା ବ୍ରେସଲେଟ୍ ପିନ୍ଧିଥିଲେ। ମେକଅପ୍ରେ ଗ୍ଲସି ଲିପ୍ସ, ଆଖିରେ ୱିଙ୍ଗ୍ଡ ଆଇଲାଇନର୍ ଓ ହାଲୁକା ବ୍ଲଶ୍ ତାଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥିଲା। ସେ ନିଜ କେଶକୁ ୱେଭି ଟଚ ଦେଇ ଖୋଲା ରଖିଥିଲେ।
ନିକିତା ପୋରୱାଲ ଏହି ଗର୍ଜିଅସ୍ ଲୁକ୍ରେ ଇଭେଣ୍ଟରେ ପହଞ୍ଚିବା ମାତ୍ରେ ସେଠାରେ ଉପସ୍ଥିତ ସମସ୍ତଙ୍କ ନଜର ତାଙ୍କ ଉପରେ ଅଟକି ଯାଇଥିଲା। ସୋସିଆଲ୍ ମିଡିଆରେ ମଧ୍ୟ ଫ୍ୟାନ୍ମାନେ ତାଙ୍କ ଫଟୋ ଓ ଭିଡିଓ ଉପରେ ଖୁବ୍ ପ୍ରଶଂସା କରୁଛନ୍ତି। ତାଙ୍କ ଆତ୍ମବିଶ୍ୱାସ ଓ ଭାରତୀୟ ସୌନ୍ଦର୍ୟ୍ୟର ଝଲକ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି।


