fbpx

(Video) ୟୁକ୍ରେନ-ରୁଷିଆ ଯୁଦ୍ଧର କରୁଣ ପରିଣତି: ମହିଳାଙ୍କ ଶରୀରରେ ମାଡ଼ ହେଲା ମିସାଇଲ୍

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ଯୁଦ୍ଧକୁ ଏହା ମଧ୍ୟରେ ପାଖାପାଖି ୯ ମାସ ସମୟ ଅତିକ୍ରାନ୍ତ ହୋଇ ସାରିଲାଣି । ଏବେ ବି ଯୁଦ୍ଧ ଜାରି ରହିଥିବା ବେଳେ ବହୁ ଧନଜୀବନ କ୍ଷୟକ୍ଷତି ଘଟୁଥିବାର ଦେଖାଯାଉଛି । ତେବେ ଏହା ମଧ୍ୟରେ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି । ୟୁକ୍ରେନର ଡିନିପ୍ରୋ ସହରର ରାସ୍ତାର ପରିସ୍ଥିତି ସାଧାରଣ ରହିଥିବା ବେଳେ ଏହି ସମୟରେ ହଠାତ୍ ଏକ ରୁଷିୟ ମିସାଇଲ ଆକ୍ରମଣ ଦେଖିବାକୁ ମିଳିଥିଲା । ଏହି ମିସାଇଲ୍ ମାଡ଼ ହେବା ପରେ ଚାରିଆଡ଼େ ଖାଲି ନିଆଁର ଝଲକ ଦେଖିବାକୁ ମିଳିଥିଲା ।

ଏହି ଭୟଙ୍କର ଭିଡିଓଟି ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି । ଭିଡିଓଟି ଏକ କାର ଭିତରୁ ଶୁଟ୍ କରାଯାଇଥିବା ଜଣାପଡ଼ିଛି । ସଡ଼କ ପଥରେ ଏକ କାର ଯାଉଥିବା ବେଳେ ହଠାତ୍ ଏକ ମିସାଇଲ ମାଡ଼ ହୋଇଥିଲା । ଏହାପରେ ଯାନଗୁଡ଼ିକ ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ଏଣେତେଣେ ଗତି କରୁଥିବା ଦେଖାଯାଇଥିଲା । ଏହି ଆକ୍ରମଣରେ ଜଣେ ୧୫ ବର୍ଷୀୟ ଯୁବତୀଙ୍କ ସହିତ ୧୪ ଜଣ ଆହତ ହୋଇଛନ୍ତି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରୁଷିୟ ମିସାଇଲର ଏକ ଖଣ୍ଡ ଜଣେ ମହିଳାଙ୍କ ଶରୀରେ ଫସି ଯାଇଥିଲା । ଡାକ୍ତରମାନେ ଉକ୍ତ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଗୋଟିଏ ପଟେ ଯୁଦ୍ଧ ଜାରି ରହିଥିବା ବେଳେ ଅନ୍ୟପଟେ ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି । ଗତକାଲି କିଭ୍ ଉପରେ ଦୁଇଟି କ୍ରୁଜ ମିସାଇଲ ମାଡ଼ ହୋଇଥିଲା । ଉକ୍ତ ହମଲାରେ କେତେଜଣ ପ୍ରାଣ ହରାଇଛନ୍ତି ତାହାର ସଠିକ୍ ବିବରଣୀ ମିଳିପାରି ନାହିଁ ।

Get real time updates directly on you device, subscribe now.