fbpx

(Video) ଜଗା ଆଗରେ ପାପ! ବଡ଼ଦାଣ୍ଡରେ ଯୁବତୀଙ୍କୁ ଅସଦାଚରଣ କଲେ ସୁରକ୍ଷାକର୍ମୀ

ପୁରୀ (ଓଡ଼ିଶା ଭାସ୍କର): ସରିଲା ଶୀଜିଉଙ୍କ ସୁନାବେଶ । ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କିନ୍ତୁ ଏହାରି ମଧ୍ୟରେ ବଡ଼ଦାଣ୍ଡରୁ ସାମ୍ନାକୁ ଆସିଛି ଏକ ସମ୍ବେଦନଶୀଳ ଘଟଣା । ଶ୍ରୀଜିଉଙ୍କ ଦର୍ଶନ କରୁଥିବା ଜଣେ ଯୁବତୀଙ୍କୁ ସର୍ବସମ୍ମୁଖରେ ଅସଦାଚରଣ କରାଯାଇଥିବା ଜଣାପଡିଛି।

ସବୁଠାରୁ ବିଡମ୍ବନାର କଥା ହେଉଛି ଯିଏ ଅସଦାଚରଣ କରୁଛନ୍ତି ସେ ବଡଦାଣ୍ଡରେ ସୁରକ୍ଷା ଯୋଗାଇ ଦେବାକୁ ନିୟୋଜିତ ହୋଇଥିବା ଜଣେ ସୁରକ୍ଷା କର୍ମୀ । ଭିଡ ଭିତରେ ଯୁବତୀ ଜଣଙ୍କ କିଛି ବୁଝିବା ଆଗରୁ ପଛ ପଟୁ ଆସି ଅସଦାଚରଣ କରୁଛନ୍ତି । ଯୁବତୀ ଜଣଙ୍କ ପଛକୁ ଚାହିଁବା ପରେ ଅତି ଚତୁରତାର ସହ ସୁରକ୍ଷାକର୍ମୀ ଜଣଙ୍କ ଚାଲି ଯାଉଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଦେଖିବା ପରେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଭକ୍ତଙ୍କ ସୁରକ୍ଷା ପାଇଁ ସରକାର କାହିଁ କେତେ ପଦକ୍ଷେପ ନେଇଛନ୍ତି, ସିସିଟିଭି ଲାଗିଛି, ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ହେଲେ ଭକ୍ତଙ୍କ ସୁରକ୍ଷାରେ ନିୟୋଜିତ ସେହି ସୁରକ୍ଷାକର୍ମୀ ଯଦି ନିଜେ ଏଭଳି ଅସଦାଚରଣ କରିବେ ତାହେଲେ ସୁରକ୍ଷା ଦେବ କିଏ ? ମହାପ୍ରଭୁଙ୍କ ସମ୍ମୁଖରେ ଏଭଳି କାର୍ୟ୍ୟ କରୁଥିବା ସୁରକ୍ଷାକର୍ମୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

Get real time updates directly on you device, subscribe now.