fbpx

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କ ବିରୋଧରେ ମାମଲା ରୁଜୁ କଲା ମିଜୋରାମ ପୋଲିସ

ଆଇଜୋଲ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ମିଜୋରାମ ପୋଲିସ । କୋଲାସିବ ଜିଲ୍ଲାର ଭାୟେଙ୍ଗତେ ସହରର ବାହାର ପରିସରରେ ହୋଇଥିବା ହିଂସା ମାମଲରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ୪ ବରିଷ୍ଠ ଅଧିକାରୀ ଓ ୨ ଅନ୍ୟ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ମିଜୋରାମ ପୋଲିସ । ଏନେଇ ଆଜି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ମିଜୋରାମର ପୋଲିସ ମହାନିର୍ଦ୍ଦେଶକ ଜନ୍ ଏନ୍ କହିଛନ୍ତି ଯେ, ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ସମେତ ଅନ୍ୟ ଧାରାକୁ ଆଧାର କରି ଏହି ଲୋକଙ୍କ  ବିରୁଦ୍ଧରେ  ମାମଲା ରୁଜୁ ହୋଇଛି । ସିମାନ୍ତ ନଗର ନିକଟରେ ମିଜୋରାମ ଏବଂ ଆସାମ ପୋଲିସ ବାହିନୀ ମଧ୍ୟରେ ହିଂସାକାଣ୍ଡ ଘଟିବା ପରେ ସୋମବାର ବିଳମ୍ବିତ ରାତିରେ ରାଜ୍ୟ ପୋଲିସ ପକ୍ଷରୁ ଏକ ଏଫଆଇଆର ଦାଖଲ କରାଯାଇଥିଲା । ଏହା ସହ ଆସାମ ପୋଲିସର ୨୦୦ ଜଣ ଅଜ୍ଞାତ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସେ କହିଛନ୍ତି ।

ତେବେ ଉତ୍ତର-ପୂର୍ବ ରାଜ୍ୟ ଆସାମ ଓ ମିଜୋରାମରେ ସୀମାକୁ ନେଇ ସଂଘର୍ଷ , ସୀମା ବିବାଦକୁ ନେଇ ଦୁଇ ରାଜ୍ୟର ପୋଲିସ କର୍ମଚାରୀଙ୍କ ମଧ୍ୟରେ ହିଂସାତ୍ମକ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଏଥିରେ ଆସାମର ୬ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ରାଜ୍ୟର ଅନେକ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସୋମବାର ଅପରାହ୍ମରେ ଏଭଳି ଅଘଟଣ ଘଟିଯାଇଛି ।

Get real time updates directly on you device, subscribe now.