ବିଜୟ ଓ ତାଙ୍କ ମେଣ୍ଟକୁ ତୀବ୍ର ସମାଲୋଚନା କଲେ ଡିଏମ୍କେ ସୁପ୍ରିମୋ
ଡିଏମକେ ନିଜର ଦମ୍ ଦେଖାଇବା ପାଇଁ ରବିବାର ଅନ୍ନା ଅରିବଲୟମଠାରେ ଏକ ସମାବେଶ ଆୟୋଜନ କରିଥିଲା। ଏଥିରେ ବିଭିନ୍ନ ଗୋଷ୍ଠୀକୁ ଏକଜୁଟ କରାଯାଇଥିଲା
ନୂଆଦିଲ୍ଲୀ: ତାମିଲନାଡ଼ୁରେ ବିଜୟଙ୍କ ନେତୃତ୍ୱରେ ଟିଭିକେ ସରକାର ତିନି ମାସ ସମ୍ପୂର୍ଣ୍ଣ କରିପାରିବ ନାହିଁ । ଆଜି ଏପରି ପୂର୍ବାନୁମାନ କରିଛନ୍ତି ଡିଏମକେ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ରବିବାର ଆୟୋଜିତ କର୍ମୀ ସମ୍ମଳନୀରେ ଏପରି ଦାବି କରିଛନ୍ତି ।
ଡିଏମକେ ନିଜର ଦମ୍ ଦେଖାଇବା ପାଇଁ ରବିବାର ଅନ୍ନା ଅରିବଲୟମଠାରେ ଏକ ସମାବେଶ ଆୟୋଜନ କରିଥିଲା। ଏଥିରେ ବିଭିନ୍ନ ଗୋଷ୍ଠୀକୁ ଏକଜୁଟ କରାଯାଇଥିଲା । କାର୍ୟ୍ୟକ୍ରମରେ ଏମ୍କେ ଷ୍ଟାଲିନଙ୍କ ଉପସ୍ଥିତିରେ ତାମିଲନାଡୁ ଲିବରେସନ ଟାଇଗର୍ସର ପୂର୍ବତନ ବିଧାୟକ ପନାୟୁର ବାବୁ ଡିଏମ୍କେରେ ସାମିଲ ହୋଇଥିଲେ। ଏହି ଅବସରେ ଷ୍ଟାଲିନ୍ଙ୍କୁ ପନାୟୁର ବାବୁ ରୁପାର ଏକ ରାଜଦଣ୍ଡ ଭେଟି ଦେଇଥିଲେ।
କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ଷ୍ଟାଲିନ୍ ଗରମାଗରମ ଭାଷଣ ଦେଇଥିଲେ । ଷ୍ଟାଲିନ କହିଛନ୍ତି, ବର୍ତ୍ତମାନର ସରକାର କେଉଁ ଭଳି ଚାଲିଛି, ସେ ସମ୍ପର୍କରେ ମତେ କିଛି କହିବା ଆବଶ୍ୟକ ନାହିଁ। ଯେତେବେଳେ ଏହି ସରକାର କାର୍ଯ୍ୟଭାର ଗ୍ରହଣ କରିଥିଲା, ସେତେବେଳେ ୬ ମାସ ପର୍ୟ୍ୟନ୍ତ କିଛି କହିବିନି ବୋଲି ମୁଁ କହିଥିଲି । କିନ୍ତୁ ମୋତେ ଲାଗୁଛି ୬ ମାସ ପୂର୍ବରୁ କିଛି କହିବାକୁ ପଡ଼ିବ । ବର୍ତ୍ତମାନ ଏହି ସରକାର ଏହି ପ୍ରଶ୍ନ ଘେରରେ ଚାଲିଛି । ଏହି ସରକାର ୩ ମାସ ତିଷ୍ଠି ପାରିବ ନାହିଁ ବୋଲି ଷ୍ଟାଲିନ୍ କହିଛନ୍ତି ।
Uttarakhand Govt.
ଟିଭିକେକୁ ନେଇ ଷ୍ଟାଲିନଙ୍କ ଷ୍ଟାଲିନ୍ କହିଛନ୍ତି, ଯଦି ସେମାନେ ସବୁବେଳେ ଏକ ଆନ୍ଦୋଳନରୁ ଅନ୍ୟ ଏକ ଆନ୍ଦୋଳନକୁ ଯାଆନ୍ତି, ସେତେବେଳେ ସେମାନେ ସବୁବେଳେ କୌଣସି ନା କୌଣସି ଲାଭକୁ ଧ୍ୟାନରେ ରଖି ଯାଆନ୍ତି । କିନ୍ତୁ ଏବେ ଡିଏମକେ ଶାସକ ଦଳ ନୁହେଁ, ଆମେ ବିରୋଧୀ ଦଳରେ ଅଛୁ । ଆପଣ କାମ କରିବା ପାଇଁ ଆମକୁ ସମର୍ଥନ କରିବାକୁ ଓ ତାମିଲ ସମୁଦାୟ ପାଇଁ ସଂଘର୍ଷ କରିବାକୁ ଆସିଛନ୍ତି ବୋଲି ଷ୍ଟାଲିନ୍ କହିଛନ୍ତି ।
ଷ୍ଟାଲିନ ଆହୁରି କହିଛନ୍ତି, ଆମ ପାଇଁ ସଫଳତା ଓ ବିଫଳତା ପାଳି କରି ଆସିଥାଏ। ଆମେ ସଫଳତାକୁ ଅବହେଳା କରୁନାହୁଁ। ଆମେ ଏହା ପ୍ରମାଣିତ କରୁଛୁ ଯେ ଡିଏମକେ ସଦସ୍ୟ ହେଉଛନ୍ତି ସେହି ବ୍ୟକ୍ତି, ଯିଏ ବିଫଳତାରେ ନିରାଶ ନହୋଇ ନିରନ୍ତର କାମ କରିପାରନ୍ତି।
ଦୟାରେ ଚାଲିଛି ମେଣ୍ଟ ସରକାର
ଷ୍ଟାଲିନ୍ କହିଛନ୍ତି, ସରକାର ଏବେ ଆମ ଦୟା ଉପରେ ନିର୍ଭରଶୀଳ । ଏହା ଆପଣମାନେ ଭୁଲିବା ଉଚିତ ନୁହେଁ। ଆମେ ନିର୍ବାଚନ ଜିତିବା ଏବଂ ଡିଏମକେ ନେତୃତ୍ୱରେ ସରକାର ଗଠନ କରିବା ଉଦ୍ଦେଶ୍ୟରେ ଯାଇଥିଲୁ। ଏହି ସରକାର ଆଜି ଆମ ମେଣ୍ଟ ଦଳଗୁଡ଼ିକର ଦୟାରେ ଚାଲିଛି। ଯେତେବେଳେ ଆମେ ଆସିଲୁ, ସେତେବେଳେ ସେହି ମେଣ୍ଟ ଦଳର ନେତାମାନେ କହିଥିଲେ ଯେ ସେମାନେ ଆମ ମେଣ୍ଟ ଦଳର ନେତାଙ୍କୁ ଜଣାଇବାକୁ ଆସିଛନ୍ତି।

