fbpx

ସୁର ଖେଳିଲେ ହକି, ‘ଅଲିମ୍ପିକ’ ପାଇଁ ଭାରୀ ଖୁସି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓରେ ଚମକୁଛି ଓଡ଼ିଶା ଲୋଗୋ । ଅଲିମ୍ପିକ୍ସରେ ଭାରତୀୟ ହକିର ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରହିଛି । ଉଭୟ ମହିଳା ଓ ପୁରୁଷ ଟିମ୍ କରୁଛନ୍ତି ଦମଦାର ପ୍ରଦର୍ଶନ । ଏଥିପାଇଁ ସାରା ଭାରତ ବର୍ଷରେ ଖୁସି ଖେଳି ଯାଇଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ, ସମସ୍ତେ ଭାରତୀୟ କ୍ରୀଡ଼ାବିତଙ୍କୁ ଜଣାଉଛନ୍ତି ଶୁଭେଚ୍ଛା । ଆଉ ଏଭଳି କ୍ଷେତ୍ରରେ ସୁର ଭାଇ ଚୁପ୍ ରହିପାରିବେ? ସେ ମଧ୍ୟ ଭାରୀ ଖୁସି… ଆଉ ଷ୍ଟିକ୍ ଧରି ହକି ଖେଳର ପୋଜ୍ ଦେଇଛନ୍ତି ସୁର ଭାଇ ।

Sura playing Hockey

ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ କହିଛନ୍ତି ଯେ ପଡ଼ିଆରେ ଏଭଳି ଉଲ୍ଲେଖନୀୟ ପ୍ରଦର୍ଶନ କେବେ ଦେଖିବାକୁ ମିଳିନଥିଲା । ଚମକ୍ରାର ପ୍ରଦର୍ଶନ କରି ମହିଳା ଟିମ୍ ସେମିଫାଇନାଲ୍ ରେ ପହଞ୍ଚି ସାରିଛି। ସୁର ଭାଇ ବି ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇବା ସହ ହକି ଷ୍ଟିକ୍ ଧରି ଘଡ଼ିଏ ହକିର ମଜା ନେଇଛନ୍ତି । ଗଣମାଧ୍ୟମକୁ ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି ଯେ ଭାରତ ଚମକୁଛି, ଆହୁରି ଚମକିବ ।

Get real time updates directly on you device, subscribe now.