fbpx

ଭୂମିକମ୍ପ ପୂର୍ବରୁ ସୂଚନା ପାଇଥିଲେ ସୁନ୍ଦର ପିଚାଇ: କେଉଁ ଆପ୍ କରୁଛି ଏମିତି କାରନାମା?

ନୂଆଦିଲ୍ଲୀ: ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀର ଏନସିଆର ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପର ଏହି ଝଟକା କୁବ ତୀବ୍ର ଥିବା କହିଛନ୍ତି ସ୍ତାନୀୟ ଲୋକେ । ତେବେ କୁହାଯାଏ ଭୂମିକମ୍ପ ହେବା ନେଇ କେବେ ପୂର୍ବାନୁମାନ କରାଯାଏ ନାହିଁ କି ଏହାର ସୂଚନା ମଧ୍ୟ ମିଳିପାରେ ନାହିଁ । କିନ୍ତୁ ଗୁଗଲର ସିଇଓ ସୁନ୍ଦର ପିଚାଇ ଭୂକମ୍ପ ପୂର୍ବରୁ ସୂଚନା ପାଇଥିଲେ ବୋଲି ଦାବି ହୋଇଛି । କୌଣସି ମୋବାଇଲ ଆପ୍ ମାଧ୍ୟମରେ ଏ ସୂଚନା ମିଳିଥିବା କୁହାଯାଇଛି ।

ସୂଚନା ଅନୁସାରେ, ଗତ ୨୬ ଅକ୍ଟୋବର ତାରିଖରେ ସାନ ଫ୍ରାନ୍ସିକୋ ଖାଡୀ ଅଞ୍ଚଳରେ ୫.୧ ତୀବ୍ରତାର ଏକ ବଡ ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ ଗୁଗଲର ସିଇଓ ସୁନ୍ଦର ପିଚାଇ ଏବଂ ଅନ୍ୟ ୟୁଜରମାନଙ୍କୁ ଏହାର ଆଲର୍ଟ ମଳିଯାଇଥିବା କୁହାଯାଇଛି । ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ସୁନ୍ଦର । ମୋବାଇଲ ଆପ୍ ‘ସେକ୍ ଆଲର୍ଟ’ ମାଧ୍ୟମରେ ଏହା ସମ୍ଭବ ହୋଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି । ତେବେ ୨୦୧୩ ମସିହାରୁ କମ୍ପାନୀ ଏହି ଆପ୍ ଉପରେ କାମ କରୁଥିବା ବେଳେ ଏଥିରେ ଏବେ ସଫଳତା ମିଳିଛି । ୨୦୧୯ ମସିହାରେ ଏହାର ପ୍ରଥମ ପ୍ରୟୋଗ କରାଯାଇଥିଲା ।

ଗୁଗଲ ଦ୍ୱାରା ଡେଭଲପ ହୋଇଥିବା ସେକ ଆଲର୍ଟ ଆପ୍ ସାହାଯ୍ୟରେ ଲୋକମାନଙ୍କୁ ମୋବାଇଲ ଆଲର୍ଟ ପଠାଯାଇଥାଏ । ତେବେ ଏହା କୌଣସି ପ୍ରାକୃତିକ ବିପର୍ଯ୍ୟୟ ନେଇ ଭବିଷ୍ୟବାଣୀ କରିନଥାଏ । ଏହା ରାଜ୍ୟ ସରକାରଙ୍କ ଏଜେନ୍ସି ଏବଂ ଥାର୍ଡ ପାର୍ଟିରେ ଉପଲବ୍ଧ ହୋଇଥିବା ଡାଟାର ବିଶ୍ଳେଷଣ କରିଥାଏ । ତେବେ ଭୂମିକମ୍ପର ତରଙ୍ଗ ଉତ୍ପନ୍ନ ହୋଇଥାଏ, ଏହି ସମୟରେ ଏଜେନ୍ସିର ସେନ୍ସର୍ର ଡାଟାକୁ ରେକର୍ଡ କରିଥାଏ ଏବଂ ପଠାଇଥାଏ ମେସେଜ । ସେକ୍ ଆଲର୍ଟ ସିଷ୍ଟମ ଏହାର ସୂଚନାକୁ ଜମା କରି ଲୋକମାନଙ୍କ ଭୂକମ୍ପ ସମ୍ବନ୍ଧରେ ନୋଟିଫିକେସନ ଆଲର୍ଟ ପଠାଇଥାଏ ।

ଏହାବ୍ୟତୀତ କମ୍ପାନୀ ସମୁଦ୍ରରେ ଥିବା ସବ୍ ମରୀନ କେବୁଲ ସାହାଯ୍ୟରେ ଏହି ବିଷୟରେ ସୂଚନା ଦେଇଥାଏ । ତେବେ ଏହି ଆପ୍ ଖୁବ କମ୍ ସମୟ ମଧ୍ୟରେ ଅନ୍ୟ ସ୍ଥାନକୁ ମଧ୍ୟ ଡାଟା ଟ୍ରାନ୍ସଫର କରିପାରେ । ଏଥିପାଇଁ ଭୂମିକମ୍ପ ସମ୍ପର୍କରେ କିଛି ସେକେଣ୍ଡ ପୂର୍ବରୁ ସୂଚନା ମିଳିଯାଇଥାଏ । ତେବେ ୧ ମିନିଟ ପୂର୍ବରୁ ହି ଭୂମିକମ୍ପର ଆଲର୍ଟ ମିଳିଯାଏ ।

Get real time updates directly on you device, subscribe now.