fbpx

ଆଧାର କାର୍ଡରେ ମୋବାଇଲ୍ ନମ୍ବର ବଦଳାଇବାର ସବୁଠାରୁ ସହଜ ଉପାୟ, ଜାଣନ୍ତୁ ପୁରା ପ୍ରକ୍ରିୟା

ନୂଆଦିଲ୍ଲୀ: ଆଧାର କାର୍ଡ ବର୍ତ୍ତମାନ ସମୟରେ ଏକ ଜରୁରୀ ଦସ୍ତାବିଜ୍ ହୋଇଯାଇଛି । ଆର୍ଥିକ ଦେଣଦେଣ ଠାରୁ ଆରମ୍ଭ କରି ସ୍କୁଲ ଆଡମିସନ୍ ପର୍ଯ୍ୟନ୍ତ କୌଣସି ବି କାମ ବିନା ଆଧାର କାର୍ଡରେ ହୋଇପାରୁନାହିଁ । ସରକାରୀ ହେଉକି ଘରୋଇ ବିଭିନ୍ନ କ୍ଷେତ୍ରରେ ଆଧାର କାର୍ଡର ମହତ୍ତ୍ୱ ଅନେକ ରହିଛି । ତେଣୁ ଆପଣଙ୍କ ଆଧାରରେ ସଠିକ୍ ମୋବାଇଲ୍ ନମ୍ବର ରହିବା ଜରୁରୀ । ଆପଣଙ୍କ ମୋବାଇଲ୍ ନମ୍ବର ଆଧାର ସହିତ ଲିଙ୍କ୍ ହେବା ନିହାତି ଜରୁରୀ । କାରଣ ଆଧାରରେ ନାମ, ଠିକଣା, ଜନ୍ମଦିନ ଇତ୍ୟାଦି ଅପଡେଟ୍ କରିବା ସମୟରେ ମୋବାଇଲ୍ ନମ୍ବରର ଆବଶ୍ୟକତା ପଡ଼ିବ ଓ ସେହି ନମ୍ବରରେ ଓଟିପି ପଠାଯାଇଥାଏ । ତେଣୁ ଆପଣଙ୍କୁ ସୁନିଶ୍ଚିତ କରିବାକୁ ହେବ ଯେ, ବର୍ତ୍ତମାନ ସମୟରେ ବ୍ୟବହାର କରୁଥିବା ମୋବାଇଲ୍ ନମ୍ବର ଆଧାର ସହିତ ଲିଙ୍କ ହୋଇଛି କି ନାହିଁ ।

ତାହେଲେ ଚାଲନ୍ତୁ ଜାଣିବା ଘରେ ବସି କିପରି କରିବେ ଆଧାରରେ ମୋବାଇଲ୍ ନମ୍ବର ଅପଡେଟ୍:

୧. ପ୍ରଥମେ ୟୁଆଇଡିଏଆଇ ୱେବ୍ ପୋର୍ଟାଲକୁ ଯାଆନ୍ତୁ ।

୨. ଯେଉଁ ନମ୍ବରକୁ ଟାଇପ୍ କରନ୍ତୁ ଯାହାକୁ ଆପଣ ଲିଙ୍କ କରିବାକୁ ଚାହୁଁଛନ୍ତି । ଏପରି କରିବା ପରେ କ୍ୟାପଚା କୋଡ୍ ଆସିବ ତାକୁ ଏଣ୍ଟର୍ କରନ୍ତୁ ।

୩. ଏହାପରେ ଉକ୍ତ ନମ୍ବରକୁ ଓଟିପି ପଠାଯିବ । ଓଟିପି ଆସିବା ପରେ ସେଥିରେ ଥିବା ବ୍ଲାଙ୍କ୍ ବକ୍ସରେ ଫଇଲ୍ ଅପ୍ କରିବାକୁ ହେବ ।

୪. ବର୍ତ୍ତମାନ ସବମିଟ୍ ଓଟିପି ଆଣ୍ଡ ପ୍ରୋସିଡ୍ ଅପସନ୍ କୁ ଯିବାକୁ ହେବ ।

୫. ଏହାପରେ ଡ୍ରପଡାଉନ୍ ମେନୁ କୁ ଯାଇ ଅନଲାଇନ୍ ଆଧାର ସର୍ଭିସ୍ କୁ ଯାଆନ୍ତୁ ।

୬. ଏଠାରେ ଆପଣଙ୍କୁ ନାମ, ଠିକଣା, ଲିଙ୍ଗ, ଇମେଲ୍ ଆଇଡି, ମୋବାଇଲ୍ ନମ୍ବର ଓ ଅନେକ କିଛି ଅପସନ୍ ଦେଖିବାକୁ ମିଳିବ । ସେଠାରେ ଆପଣଙ୍କୁ ଆଧାରରେ ଫୋନ୍ ନମ୍ବର ଅପଡେଟ୍ କରିବା ପାଇଁ ମୋବାଇଲ୍ ନମ୍ବର ଅପସନ୍ କୁ ଚୟନ କରିବାକୁ ହେବ । ତାପରେ ସବୁ ଦରକାରୀ ତଥ୍ୟ ଦିଅନ୍ତୁ ।

୭. ସମସ୍ତ ତଥ୍ୟ ଦେବା ପରେ ତାକୁ ସୁନିଶ୍ଚିତ କରନ୍ତୁ । ଏହାପରେ ଏକ ନୂଆ ପେଜ୍ ଖୋଲିବ । ସେଠାରେ କ୍ୟାପଚା କୋର୍ଡ ଦେବାକୁ ପଡ଼ିବ ।

୮. ମୋବାଇଲ ନମ୍ବରରେ ଏକ ଓଟିପି ପଠାଯିବ, ଓଟିପିକୁ ଭେରିଫାଇ କରନ୍ତୁ ଓ ସେଭ୍ ଆଣ୍ଡ ପ୍ରୋସିଡ୍ ଅପସନ୍ କୁ କ୍ଲିକ୍ କରନ୍ତୁ ।

Get real time updates directly on you device, subscribe now.